
ଭଞ୍ଜନଗର-ଭଞ୍ଜନଗର କୋର୍ଟ ସାମ୍ନାରେ ଥିବା ଏକମାତ୍ର ଆହାର କେନ୍ଦ୍ର ପରିସରରେ ଖାଲି ଚାରିଆଡ଼େ ପଥର ଗୁଣ୍ଡ।ଥାଳିରେ, ଖାଦ୍ୟରେ, ଲୋକଙ୍କ ଦେହସାରା ମଧ୍ୟ ପଥରଗୁଣ୍ଡ। ଏହି କେନ୍ଦ୍ରକୁ ଲାଗି ରହିଥିବା ମେଡିକାଲ ର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।ଉକ୍ତ ସ୍ଥାନରେ ଥିବା ଏକ ବିଶାଳ ପଥରକୁ ମେସିନ ସାହାଯ୍ୟରେ କଟାଯାଉଥିବାରୁ ଚାରିଆଡ଼େ ପଥରଗୁଣ୍ଡ ଉଡି ପରିବେଶକୁ ନଷ୍ଟ କରୁଥିବା ବେଳେ ଆହାର କେନ୍ଦ୍ର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ।ଯାହା ଫଳରେ ଏଠାକୁ ଖାଇବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରୁ କେତେକ ସେହି ପଥରଗୁଣ୍ଡ ମିଶା ଖାଦ୍ୟ ଖାଇବାକୁ ବାଧ୍ୟ ହେଉଥିବା ବେଳେ ଆଉ କେତେକ ନିରାଶ ହୋଇ ଫେରୁଛନ୍ତି।ତେଣୁ ବହୁ ଲୋକଙ୍କ ନିମନ୍ତେ ପ୍ରସ୍ତୁତ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଇଛି। ଏଥି ପ୍ରତି ଏନ ଏ ସି ଓ ପ୍ରଶାସନ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବୀ ହେଉଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO