
ସାନଖେମୁଣ୍ଡି: ପୋଡାମାରି ବିଜ୍ଞାନ ମହାବିଦ୍ୟାଳୟ ଠାରେ ଦୀର୍ଘ ୧୨ଦିନ ଧରି ଅନୁଷ୍ଠିତ ହୋଇଥିଲା “ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର” ଆଜି ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଇ. ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ(ବ୍ରହ୍ମପୁର) ଅଧ୍ୟାପକ ତଥା ଜିଲ୍ଲା ନୋଡାଲ ଅଫିସର ଶ୍ରୀ ଅମୃତ କୁମାର ସେଠୀ ଓ ସମ୍ମାନିତ ଅତିଥି ଭାବେ ପାଟପୁର ଥାନାର ପୋଲିସ ଅଫିସର ଶ୍ରୀ ଶୁଭ୍ରକାନ୍ତ ସାମନ୍ତରାୟ ଯୋଗ ଦେଇଥିଲେ। ଆତ୍ମସୁରକ୍ଷା ତାଲିମ ଛାତ୍ରୀ ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ଏକ ସଶକ୍ତ ସମାଜ ଗଠନ କ୍ଷେତ୍ରରେ ସହାୟକ ହେବ ତଥା ସମାଜରେ ଏହାର ସକାରାତ୍ମକ ପଡୁଥିବା ସୂଚନା ଦେଇ ସରକାରଙ୍କ ଯୁବନୀତିଙ୍କୁ ପ୍ରଶଂସା କରିଥିଲେ ମଞ୍ଚାସିନ ଅତିଥି। ଉପସ୍ଥିତ ବୁଦ୍ଧି ଉପଯୋଗ କରି ସବୁ ପରିସ୍ଥିତିର ସାମ୍ନା କରିବାକୁ ଉତ୍ସାହିତ କରିଥିଲେ। ସଂଯୋଜିକା ସୁଶ୍ରୀ ରଞ୍ଜିତା ପ୍ରଧାନ, ଶ୍ରୀମତୀ ସୁମିତ୍ରା ଦେବୀଙ୍କ ସହ ଅଧ୍ୟାପକ ସତ୍ୟଶରଣ ପାଠୀ, ପ୍ରଭୁଦତ୍ତ ବ୍ରନ୍ହା ମଞ୍ଚାସିନ ଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶ୍ରୀ ଦୁର୍ଯ୍ୟୋଧନ ଜେନା, ଶେଷରେ ମାଷ୍ଟର ଟ୍ରେନର ଜସ୍ମୀନି ସାହୁ ଓ ଉଷାରାଣୀ ଦୋରାଙ୍କ ତତ୍ୱାବଧନରେ ଛାତ୍ରୀ ମାନଙ୍କ ଦ୍ୱାରା ଆତ୍ମସୁରକ୍ଷା କୌଶଳ ପ୍ରଦର୍ଶନ କରାଯାଇ ମାନପତ୍ର ବଣ୍ଟନ କରାଯାଇଥିଲା।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO