
ଭଞ୍ଜନଗର- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇପାସ ରୋଡ଼ ଢୁଢୁଆ,କଇଠପଲ୍ଲୀ ବାଂଛେଶ୍ୱର ମନ୍ଦିର ନିକଟରେ ମା ଦଣ୍ଡକାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହେଉଛି।ଏହା ଗତକାଲି ଠାରୁ ଆରମ୍ଭ ହୋଇ ଆସନ୍ତା ଶନିବାର ଦିନ ଶେଷ ହେବ। ଆଜି ଏହି ଅବସରରେ ଲୋହାରଖଣ୍ଡି ନଦୀରୁ ଜଳ ସଂଗ୍ରହ କରି ଏକ ବିଶାଳ ଶୋଭାଯାତ୍ରାରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ମହିଳା କଳସଯାତ୍ରାରେ ସାମିଲ ହୋଇ ମାଲ ସାହି, ଖାଲା ସାହି, ମେନ ରୋଡ଼, ବାଉଁଶଲୁଣ୍ଡି, ବାଇପାସ ରୋଡ଼ ଦେଇ ମନ୍ଦିରରେ ପହଞ୍ଚି ଥିଲେ। ବିଭିନ୍ନ ଧାର୍ମିକ କାର୍ଯ୍ୟ ସହ ଗୁରୁବାର ଦିନ ଦେବୀଙ୍କ ମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଏଥିରେ କର୍ତ୍ତା ଭାବେ ମଦନ ମୋହନ ପଟ୍ଟନାୟକ ଓ ବ୍ରହ୍ମା ପୁରୋହିତ ଭାବେ ସୀମାଞ୍ଚଳ ତ୍ରିପାଠୀ (ଖଲ୍ଲିକୋଟ) ଓ ବହୁ ଜ୍ଞାନୀ ପଣ୍ଡିତ ମାନେ ଉପସ୍ଥିତ ଅଛନ୍ତି।ଏଥିସହ ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ଓ ରାତିରେ ଅନ୍ନଯଜ୍ଞ ର ବ୍ୟବସ୍ଥା କରାଯାଇଛି। ଦେବୀଙ୍କ ଏହି ସୁନ୍ଦର ମନ୍ଦିର ଦର୍ଶନ ଓ କୃପା ଲାଭ ପାଇଁ ବହୁ ଭକ୍ତଙ୍କ ଭିଡ଼ ଲାଗି ରହିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO