
ବୁଗୁଡା – “ଘୁମୁସରର ସ୍ବର” ସାସ୍କୃତିକ ସଂଗଠନର ସଭାପତି ଡ଼ଃ ବି ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ୱରେ ରବିବାର ଦିନ ଘୁମୁସର ବିଦ୍ରୋହ ବିଜୟ ସ୍ମୃତିସ୍ତମ୍ଭ କମିଟିର ଏକ ବୈଠକ ବାଲିପଦର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପ୍ରଥମେ ଘୁମୁସର ଭଞ୍ଜ ରାଜବଂଶ ଶାସନ ସମ୍ପର୍କରେ ଆଲୋଚନା ହୋଇଥିଲା। ୮୩୨ ମସିହାରେ ଘୁମୁସର ରାଜ୍ୟରେ ଭଞ୍ଜ ରାଜବଂଶ ସିଂହାସନ ଆରୋହଣ କରି ପ୍ରାୟ ଏକ ହଜାର ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଶାସନ କରିଥିଲେ ଭଞ୍ଜ ରାଜବଂଶ। ଯାହାକି ବିଶ୍ୱ ଇତିହାସରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ୧୮୧୭ ଖୋର୍ଦ୍ଧା ପାଇକ ବିଦ୍ରୋହ ସମୟରେ ଘୁମୁସର ପାଇକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୭୫୩ ମସିହାରେ ୪୦ ଫରାସୀ ସୈନିକଙ୍କୁ ହତ୍ୟାକାରୀ ଘୁମୁସର କନ୍ଧ ପାଇକମାନେ ଘୁମୁସର ରାଜାଙ୍କୁ ଜୟଯୁକ୍ତ କରାଇଥିଲେ। ଏହି ବିଜୟୀ ବାର୍ତ୍ତାକୁ ବଞ୍ଚାଇ ରଖିବା ପାଇଁ ବାଲିପଦର ଆସିକା ରାଜରାସ୍ତାର ପାର୍ଶ୍ଵରେ ଅବସ୍ଥିତ ଯୋଗୀ ପାହାଡ଼ ଉପରେ ଘୁମୁସର ବିଜୟୀ ସ୍ମୃତିସ୍ତମ୍ଭ ନିର୍ମାଣ କରିବା ପାଇଁ ଆଜିର ବୈଠକରେ ସ୍ଥିର ହୋଇଥିଲା। ଏଥି ସହ ବିଷ୍ଣୁଚକ୍ର ଠାରେ ଭଞ୍ଜ ବଂଶୀୟ ରାଜା କୃଷ୍ଣ ଭଞ୍ଜଙ୍କ ପ୍ରତିମୃର୍ତ୍ତୀ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଜିର ବୈଠକରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବାଲିପଦର ପୋଲିସ ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ଗବେଷକ ଡ଼ଃ ବୟାମନୁ ଚର୍ଚ୍ଚି,ଡ଼ଃ ବ୍ରଜ କିଶୋର ପାଢ଼ୀ,ଡ଼ଃ ପ୍ରଦୀପ କୁମାର ପଟ୍ଟନାୟକ, ନେତାଜୀ ବିଷୋୟୀ,ନାରାୟଣ ମହାରଣା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
( ଫୋଟୋ ପଠା ଯାଇଛି )
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO