
ସାନଖେମୁଣ୍ଡି: ବିଶ୍ୱ ସ୍ତରରେ ସାଧାରଣତଃ ଧୂମା ଗତିରେ ବଢୁଥିବା କଳାମୋତିଆ ବିନ୍ଦୁ ରୋଗ ଅଜାଣତରେ ସଂକ୍ରମିତ ହେଉଥିବା ବିଶ୍ୱ ସ୍ୱାସ୍ତ୍ୟ ସଂଗଠନ ଦ୍ୱାରା ପ୍ରଚାରିତ ହେବା ପରେ ଚକ୍ଷୁ ରୋଗ ବିଜ୍ଞାନରେ ଏହା ବିକଶିତ ନହେବା କାରଣରୁ ଅଜାଣତରେ ବହୁ ଲୋକ ଏହି ରୋଗର ଶିକାର ହେଉଥିବା ଜଣାଯାଇଅଛି। ଏହି ଅବସରରେ ବିଶ୍ୱ ସ୍ତରୀୟ ଚକ୍ଷୁ ଚିକିତ୍ସା ବିଜ୍ଞାନକେନ୍ଦ୍ର ସାଇଟସାଭେର, କିପ ସାଇନ ଏବଂ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଆଲେରଗାନର ମିଳିତ ମିଳିତ ସହଯୋଗରେ ଆଡପଡା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର ଠାରେ ଏକ ମାଗଣା ଗ୍ଲୁକୋମା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଅଛି। ସ୍ଥାନୀୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଆୟୋଜିତ ଏହି ଶିବିରକୁ ଆଲେରଗାନ ଇଣ୍ଟରନ୍ୟାସନାଲ ଆଣ୍ଡ କମ୍ୟୁନିକେସନ ଡ଼ାଇରେକ୍ଟର ଭର୍ସେଲ, କଂପାନୀର ଜନସମ୍ପର୍କ ତଥା ସରକାର ସମ୍ପର୍କ ଅଧିକାରୀ କ୍ରିପା ବିଲିମଏସ, ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ କମ୍ପାନୀର ବୋର୍ଡ ଟ୍ରଷ୍ଟ ଅଧକ୍ଷ ଡ଼, ଏସ. ବ୍ବାଇ କ୍ୟୁରେସି, ଚକ୍ଷୁ ଚିକିତ୍ସା ବିଭାଗ ସହକାରୀ ନିର୍ଦ୍ଦେଶକ ଗୋପୀନାଥ କେଲବନ, ସାଇଟ ସେଭରସ ଇଣ୍ଡିଆ ସିଇଓ ଆରଏନ ମହାନ୍ତି ପ୍ରମୁଖ ଗ୍ଲୁକୋମା ନିରାକରଣ ନେତୃତ୍ୱ ହେଉଥିବା ସହକାରୀ ନିର୍ଦ୍ଦେଶକ ଡା. ହିତେମ ଚାନ୍ଦବ୍ବାନି ପ୍ରମୁଖ ଉପସ୍ଥିତ ରହିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବମୋଟ ୧୦୭ଜଣଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ୧୭ଜଣଙ୍କୁ ଚଷମା ପ୍ରଦାନ, ୧୯ ଜଣଙ୍କୁ ଚଷମା ପରିଧାନ ପାଇଁ ଉପଦେଶ, ୧୬ ଜଣକୁ ଚିକିତ୍ସା ପାଇଁ ମୂଳ ଚିକିତ୍ସାଳୟକୁ ସ୍ଥାନାନ୍ତର ଓ ୨ଜଣକୁ କଳାମୋତିଆ ବିନ୍ଦୁ ରୋଗୀ ଚିନ୍ହଟ କରାଯାଇଥିଲା। ଶଙ୍କର ଚିକିତ୍ସାଳୟ ପକ୍ଷରୁ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ଶିବିର ଚିକିତ୍ସା ତଥା ନିଦାନ କାର୍ଯ୍ୟ ତଦାରଖ କରିଥିଲେ। ଆଡପଡା ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ଅଧିକ୍ଷକ ଡ଼. ତପନ କୁମାର ମଲ୍ଲଙ୍କ ସହିତ କର୍ମଚାରୀ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO