କଣାସ- ଚନ୍ଦକା ଓ ବରୁଣେଇ ଜଙ୍ଗଲରୁ ଗଛକଟା ଜାରୀ ରହିଥିବାରୁ ଏହି ଜଙ୍ଗଲ କ୍ରମଶଃ ଧ୍ୱଂସ ପାଇବାକୁ ବସିଲାଣି । ଖାଦ୍ୟ ଅଭାବ ଓ ଜଳାଭାବ ଯୋଗୁଁ ମାଙ୍କଡ ଓ ହାତୀ ପଲ ଅନେକ ସମୟରେ ଗ୍ରାମାଭିମୁଖୀ ହେଉଛନ୍ତି । ମାଙ୍କଡ଼ ପଲ ଗାଁ ଗହଳିରେ ପଶି ବାରି ବଗିଚାରେ ହୋଇଥିବା ପରିବା ଫସଲ ଖାଇଯାଉଛନ୍ତି । ମାଙ୍କଡ଼ ଦଳ ଦଳ ହୋଇ ଗାଁ ଦାଣ୍ଡରେ ବୁଲିବା ସହ କେବେ କେବେ ଶିଶୁ ଓ ବୟସ୍କ ମାନଙ୍କୁ ଆକ୍ରମଣ କରିବାର ନଜିର ରହିଛି । ସ୍ଥାନୀୟ ବନବିଭାଗ କର୍ମଚାରୀ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।