
ସାନଖେମୁଣ୍ଡି – ଆଧୁନିକତାର ପରିବେଶ ଭିତରେ ସାହିତ୍ୟ ସାଧନା କରିବାକୁ ଯାଇ ନବୀନ ଓ ପ୍ରାଚୀନର ସମନ୍ୱୟ ସମ୍ପାଦନ କରି ପ୍ରକୃତିକୁ ପ୍ରାଧାନ୍ୟ ଦେଇ ସ୍ବଭାବ କବି ଗଙ୍ଗାଧର ମେହେର ନିଜ କାବ୍ୟରାଜିକୁ ଯଥାର୍ଥ ରୂପ ପ୍ରଦାନ ସହ ଜଣେ ଯୁଗସ୍ରଷ୍ଟା ଭାବେ ସାହିତ୍ୟ କୁ ଦିଗଦର୍ଶନ ଦେଇଥିବା ସାନଖେମୁଣ୍ଡି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ରେ ସାହିତ୍ୟିକ ମାନେ ମତପ୍ରକାଶ କରିଛନ୍ତି। ସାନଖେମୁଣ୍ଡି ଶିକ୍ଷକ ଭବନ ପରିସରରେ ଉପସଭାପତି ବିନାୟକ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରକୁ କବି ଶରତଚନ୍ଦ୍ର ପଣ୍ଡା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ପଦ୍ମଚରଣ ମେକାପ୍ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଶୋଭାଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ସମ୍ପାଦକ ଡଃ ପ୍ରଣବାନନ୍ଦ ପାଟ୍ଟଯୋଷି ଅତିଥି ପରିଚୟ ସହ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନ ଆଲୋଚନାଚକ୍ର ରେ “ଗଙ୍ଗାଧର ମେହେର ଙ୍କ କାବ୍ୟ ରେ ପ୍ରକୃତି ବର୍ଣ୍ଣନା” ଶୀର୍ଷକ ସନ୍ଦର୍ଭ କୁ ବଡଗଡ କଲେଜ ଅଧ୍ୟକ୍ଷ ଋଷି ବେହେରା ପ୍ରସ୍ତୁତି କରିଥିଲେ ଓ ପାଟପୁର କଲେଜ ଅଧ୍ୟାପକ ଅନୁଜ ବେହେରା ପାଠ କରିଥିଲେ। ସଭାପତି ରାମଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ୨ୟ ଅଧିବେଶନରେ ଅତିଥି ଭାବେ କବି ଭାସ୍କର ରାଉତ ସିମାନ୍ଚଳ ପଣ୍ଡା କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ। ସହ-ସମ୍ପାଦକ ପିତବାସ ତ୍ରିପାଠୀ ସଞୋଜନା କରିଥିବାବେଳେ ଡା ପ୍ରଦୀପ୍ତ ଚନ୍ଦ୍ର ସିଂହ ବୃନ୍ଦାବନ ବାଡତ୍ୟା ରୋହିତ ଜେନା ରାଜେନ୍ଦ୍ର କୁମାର ପଣ୍ଡା ସୁରେଶ କୁମାର ନାୟକ କୋରା ମହାରଣା ବେଣୁଧର ତ୍ରିପାଠୀ ସଞୟ କୁମାର ଷଡ଼ଙ୍ଗୀ ସୋମନାଥ ସାହୁ ଶୋଭାଚନ୍ଦ୍ର ଷଡ଼ଙ୍ଗୀ ଙ୍କ ସମେତ ସମସ୍ତ ଅତିଥି ସ୍ବରଚିତ କବିତା ଆବୃତ୍ତି କରିଥିଲେ। କୋଷାଧ୍ୟକ୍ଷ ଉଦୟ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO