
ସାନଖେମୁଣ୍ଡି: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ନିର୍ଧାରିତ “ମୋ କଲେଜ ଅଭିଯାନ” କାର୍ଯ୍ୟକ୍ରମ ଅନ୍ତର୍ଗତରେ ୨ୟ ବୈଠକ ଆଜି ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୯୯୩ ମସିହାରୁ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ଉତ୍ତୀର୍ଣ୍ଣ ହୋଇଥିବା ବହୁ ପୁରାତନ ଛାତ୍ର ଏହି ବୈଠକରେ ଅଂଶ ଗ୍ରହଣ କରିବା ସହିତ ନିଜ ମହାବିଦ୍ୟାଳୟର ପ୍ରଗତିରେ ସହାୟତା କରିବାକୁ ପଛେଇ ନଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଠାସିନ ଅଧିକାରୀ କଲେଜ ଅଧକ୍ଷ ଡ଼. ପ୍ରଦୀପ କୁମାର ବ୍ରହ୍ମା, ବୈଠକ ସଂଯୋଜକ ଅଧ୍ୟାପକ ଶ୍ରୀ ବିନୟ ଚନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରି “ମୋ କଲେଜ ଅଭିଯାନ” କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ପୁରାତନ ଛାତ୍ର ମଣ୍ଡଳୀଙ୍କୁ ଅବଗତ କରିଥିଲେ। ନିର୍ଧାରିତ ପୁରାତନ ଛାତ୍ର ସଂଗଠନ ପାଇଁ ସଦସ୍ୟତା ସଂଗ୍ରହ ପାଇଁ ଆଲୋଚନା କରାଯାଇଥିଲା। ସଦସ୍ୟତ୍ରା ଚାନ୍ଦା ସଂଗ୍ରହ, ଛାତ୍ର ସଙ୍ଗଠନକୁ ପଞ୍ଜିକରଣ କରାଯାଇ ଧାର୍ଯ୍ୟ ଅନୁଶାସନ ପ୍ରକାରେ ସରକାରୀ ଯୋଜନା ପାଇଁ ନିଜସ୍ୱ ମତ ପ୍ରକାଶ ଉପରେ ଗୁରୁତ୍ୱରୋପ କରାଯାଇଥିଲା। ଆବଶ୍ୟକତା ଦୃଷ୍ଟିରୁ ଯୋଜନା ପ୍ରକାରେ ପୁରାତନ ଛାତ୍ର ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଶ୍ରୀ ମୁକୁଳ ଚନ୍ଦ୍ର ବରାଡ଼, ଉପସଭାପତି ଭାବେ ତପନ କୁମାର ମିଶ୍ର, ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ପାଢ଼ୀ, ଯୁଗ୍ମ ସମ୍ପାଦକ ଭାବେ ଅରୁଣ କୁମାର ଜେନା, କୋଷାଧ୍ୟକ୍ଷ ଭାବେ କୈଳାସ ଚନ୍ଦ୍ର ଖୁଣ୍ଟିଆ ଓ ଏଥି ସହିତ ୭ ଜଣିଆ ନିର୍ବାହୀ କମିଟିରେ କେଶବ ଦାଶ, ମାଧବ ରେଡି, ସୀମାଞ୍ଚଳ ସାହୁ, ସନାତନ ଜେନା, ତପନ କୁମାର ବାଡ଼ତ୍ୟ ପ୍ରମୁଖ ମନୋନୀତ ହୋଇଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO