
ଗଞ୍ଜାମ ଜିଲ୍ଲା ଛାମୁଣ୍ଡା ଅଞ୍ଚଳ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥା ବୈଠକ ଛାମୁଣ୍ଡା କୁରୁମ କୂଳ ଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମସ୍ତ ଗ୍ରାମର କୂର୍ମ କୂଳ କମିଟି ସଭାପତି, ସମ୍ପାଦକ ଓ ସଭ୍ୟ ମାନେ କୁଳ ପତାକା ସ୍ତମ୍ଭ ପାଖରେ ଉପସ୍ଥିତ ହେଲେ । ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ମୁରଲିଧର ନାୟକ କୁଳ ପତାକା ଉତ୍ତୋଳନ କରିଥିଲେ। ପ୍ରଦେଶ ସଭ୍ୟ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପ୍ରଧାନଙ୍କ ସହ ସମସ୍ତେ କୁଳ ସଙ୍ଗୀତ ଗାନ କରିଥିଲେ। ପରେ ଏକ ବୈଠକ ସଭାପତି ମୁରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
କୂଳ ଗଙ୍ଗା ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଆରମ୍ଭ କରାଯାଇଥିଲା। ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କୂଳ ବନ୍ଦନା ଗାନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ବଂଶୀଧର ନାୟକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ବୈଠକରେ ଶିକ୍ଷା ବୃତ୍ତି, କୃଷି, ସ୍ଵାସ୍ଥ୍ଯ, ନାରୀ ଶିକ୍ଷା, ସମ୍ବିଧାନ ନିୟମ, ନିର୍ବନ୍ଧ ଓ ବିବାହ ପଞ୍ଜିକରଣ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ଉପ-ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ଭଞ୍ଜ ନାୟକ, ସହ-ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ପ୍ରଦେଶ ସଭ୍ୟ ଶ୍ରୀଯୁକ୍ତ ବିରୂପାକ୍ଷ ନାୟକ, ଶ୍ରୀଯୁକ୍ତ ବଂଶୀଧର ନାୟକ, ଶ୍ରୀଯୁକ୍ତ ବୀଜୟ ନାୟକ ଓ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଭଗବନପୁର ସଭାପତି ନୀଳ ମାଧବ ଆଲତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO