
ଭଞ୍ଜନଗର- ପବିତ୍ର ମହାଶିବରାତ୍ରି ଅବସରରେ ଭଞ୍ଜନଗର ଭେଜିପୁଟ ଠାରେ ଶିବଶକ୍ତି ଜିଲ୍ଲା ସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଗୁମ୍ମା ଦଳ ପାଣିଗଣ୍ଡା ଟିମକୁ ଲଗାତାର ୩-୧ ସେଟରେ ପରାସ୍ତ କରି ଚମ୍ପିୟନ ଆଖ୍ୟା ହାସଲ କରିଛି। ଉଭୟ ଦଳ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୁମ୍ମା ଦଳର ମିଳିତ ଆକ୍ରମଣକୁ ବିପକ୍ଷ ଦଳ ସାମନା କରିବାକୁ ଅକ୍ଷମ ଥିଲା। ଏହି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ,ସମ୍ମାନିତ ଅତିଥି ସାମ୍ବାଦିକ ରବୀନ୍ଦ୍ର ପାତ୍ର, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ଯୁବନେତା ଚିଦାନନ୍ଦ ସ୍ୱାଇଁ, ଅନୁଷ୍ଠାନ ର ସଭାପତି ଅଭିମନ୍ୟୁ ବିଷୋୟୀ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ସହ ୨୦ହଜାର ଏବଂ ରନର ଦଳକୁ ଟ୍ରଫି ସହ ୧୫ହଜାର ଟଙ୍କା ପୁରସ୍କୃତ କରିଥିଲେ।ସେହିପରି ଶ୍ରେଷ୍ଠ ଖେଳାଳି ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ଏଥିରେ ଶିବଶକ୍ତି ଭଲି ଟିମର ସମସ୍ତ ସଦସ୍ୟ ଓ ଭେଜିପୁଟ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।ଭଞ୍ଜନଗର,
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO