ଜୟପୁର-ଆଜି ପବିତ୍ର ମହାଶିବରାତ୍ରି ଅବସରରେ କୋରାପୁଟ ଜିଲ୍ଲାର ସମସ୍ତ ଶୈବ ପୀଠ ବେଶ୍ ଚଳ ଚଂଚଳ ହୋଇଉଠିଛି ।ଏଥି ମଧ୍ୟରେ ଦକ୍ଷିଣ ଓଡିଶାର ବହୁ ପ୍ରସିଦ୍ଧ ଶହ ଶହ ବର୍ଷ ର କୋରାପୁଟ ଜିଲାର ପାହାଡ଼ ଜଙ୍ଗଲ ଘରେ ମଧ୍ୟରେ ସଵାରୀ ନଦୀ କୂଳରେ ଅବସ୍ଥିତ ଗୁପ୍ତେଶ୍ଵର ବାବା ଙ୍କ ପୀଠ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତେଶ୍ଵର ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ କାରଣରୁ ଏବେ ଚଳ ଚଞ୍ଚଳ ବାବାଙ୍କ ପୀଠ।
କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର । ଜୟପୁର ଠାରୁ ବୈପାରିଗୁଆ ରାସ୍ତା ଦେଇ 65 କି:ମି ପାହାଡ଼ ଜଙ୍ଗଲ ରାସ୍ତା ଅତିକ୍ରମ କଲାପରେ ପଡେ ଗୁପ୍ତେଶ୍ଵର।ଆଉ ପାହାଡ଼ ସୁଡୁଙ୍ଗ ଭିତରେ ଗୁପ୍ତ ହୋଇ ରହିଛନ୍ତି ଗୁପ୍ତେଶ୍ଵ ବାବା।ଆଉ ଏହି ପିଠକୁ ପ୍ରତିବର୍ଷ ଶିବରାତ୍ରି ସମୟରେ ବିଭିନ୍ନଜିଲା ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟେ।ଭକ୍ତ ମାନେ ନିଜନିଜର ମାନସିକ ରଖି ବାବାଙ୍କ ଦର୍ଶନ କରିଥାନ୍ତି। କିଛି କିଛି ଭକ୍ତ ତ ବାବାଙ୍କ ଆଶ୍ରିବାଦ ପାଇବା ପାଇଁ ଶହ ଶହ କିଲୋମିଟର ଚାଲି ଚାଲି ଆସି ବାବାଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ଦୀପଜାଳି ଜାଗର ମଧ୍ୟ ପାଳନ କରିଥାନ୍ତି।ଏସବୁ ମଧ୍ୟରେ ସକାଳୁ ସକାଳୁ ବାବାଙ୍କ ଦର୍ଶନ ନିମନ୍ତେ ସଵାରୀ ନଦୀରେସ୍ନାନ କରି ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ସାଙ୍ଗକୁ ଲମ୍ବା ଲାଇନ ଲାଗିଛି।ଅନ୍ୟ ପଟେ ଭଗବାନଙ୍କ ଦର୍ଶନ କରିବାର ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଭକ୍ତ।ଦିନ ତମାମ ପ୍ରବଳ ଜନସମାଗମ ସାଙ୍ଗକୁ ଭକ୍ତ ମାନଙ୍କ ସୁବିିଧାନିମନ୍ତେ ପ୍ରଶାସନ ତରଫରୁ ବେରିକେଟ,ଟ୍ରାଫିକ, ପାନୀୟଜଳ ଭଳି ଏବଂ ଭକ୍ତ ଙ୍କ ସ୍ନାନ ସମୟରେ କୌଣସି ଅଘଟଣ ନହେବ ସେଥିପାଇଁ ସଜାଗ ରହିଛି।ସେପଟେ ଦିନତମାନ ପୂଜା ଅର୍ଚ୍ଚନା ଜାରି ରହିିଥିବା ଓ ସଂନ୍ଧ୍ୟା7ଟା ପରେ ଦର୍ଶନ ବନ୍ଦ ରହିବ ଏବଂ ରାତି 12 ଟା ବେଳେ ମହାଦୀପ ଉଠିବ ବୋଲି ମନ୍ଦିରର ପୂଜକ କହିଛନ୍ତି ।
କୁହାଯାଏ ଯେ ଗୁପ୍ତେଶ୍ଵର ପାହାଡ଼ ମଧ୍ୟରେ ଥିବା ଗୁମ୍ଫା ଭିତରେ ମହାପ୍ରଭୁ ଗୁପ୍ତ ଅବସ୍ଥାରେ ବାସ କରୁଥିବା କାରଣ ରୁ ଏହିପୀଠର ନାମ କରଣ ହୋଇଛି ଗୁପ୍ତେଶ୍ଵର।ଆହୁରି ମଧ୍ୟ ଏହି ଗୁପ୍ତେଶ୍ଵର ଗୁମ୍ଫା ମଧ୍ୟରେ ଥିବା ଶିବ ଲିଙ୍ଗ ଦିନକୁ ଦିନ ବଢୁଥିବା ନେଇ ମଧ୍ୟ ବିଶ୍ୱାସ କରାଯାଉଛି।ଆଉ ଏହି ପୀଠ କୁ ଯିବା ପୂର୍ବରୁ ବାଟରେ ପ୍ରଥମେ ଏକ ବୃକ୍ଷ ରେ ବାହାରିଥିବା ଗଣେଶ ଙ୍କୁ ଦର୍ଶନ କରାଯାଏ ତାପରେ ଡାକରା ଡକାରୀ ଘାଟି ରେ ଡାଲଖାଇ ଙ୍କ ନିକଟରେ କିଛି ଡାଳ ପକାଇବା ପରେ ହିଁ ବାବା ଙ୍କ ପିଠକୁ ଯାଇ ଥାନ୍ତି ଭକ୍ତ।ଆହୁରି ମଧ୍ୟ କୁହାଯାଏ କି ଏହି ବାବା ଙ୍କୁ ସତ୍ୟଓନିଷ୍ଠାର ସହ ଉପାସନା କଲେ ଭକ୍ତର ମାନସିକ
ପୂରଣ ହୋଇଥାଏ।