ଭୁବନେଶ୍ୱର, କନ୍ଧମାଳ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ତ୍ୱରିତ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ, ଫୁଲବାଣୀର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ ଏକ ୪ ଜଣିଆ ଡାକ୍ତରୀ ଦଳକୁ ରାଇକିଆ ଅଞ୍ଚଳକୁ ପଠାଯାଇଛି । ସେମାନେ ସେଠାରେ ରାଇକିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା ଯୋଗାଇଦେବେ ।
ଏହି ଡାକ୍ତରୀ ଦଳ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ବିଶେଷଜ୍ଞ ଚିକିତ୍ସା ସେବା ସହିତ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଯୋଗାଇଦେବେ। ଏଥିସହ ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ରୋଗ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ପ୍ରତିରୋଧ, ସ୍ୱଚ୍ଛତା ରକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିବେ।
