
ବାଲିପଡ଼ା:-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୁକୁଡ଼ଖଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସରକାରୀ ବିଦ୍ୟାଳୟରେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଘଟୁଛି କହିବା ସହ ଶିକ୍ଷା ବ୍ୟବସ୍ଥାରେସୁଧାର ଆଣିବା ପାଇଁ ସରକାର ଯତ୍ନବାନ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ।ମୁଖ୍ୟବକ୍ତା ଭାବେ ଶିକ୍ଷାବିତ କେ.କୃଷ୍ଣମୂର୍ଟି ଯୋଗଦେଇ ଥିଲେ।ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିନାଥ ମଳିକ, ବିଜୁଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର,ବିଧାୟକ ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ, ଲାଞ୍ଜିଆ ସରପଞ୍ଚ ଉଷା ଦାସ,ଦକ୍ଷିଣପୁର ସରପଞ୍ଚ ବିଷୁପ୍ରିୟା ପାତ୍ର, ବିଦ୍ୟାଳୟ ସଭାପତି ରଞ୍ଜନ ମଳିକ, ନାୟବ ସରପଞ୍ଚ ଅନିଲ ଗୌଡ଼ ,ଗୋବିନ୍ଦ ଗୌଡ଼ ପ୍ରମୁଖ ମଞ୍ଚାସିନ ଥିଲେ। ସିଆରସିସି ମନୋଜ କୁମାର ସାସମଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହିଅବସରରେ ୱାଟର ବେଲ ପାଇଁ କାହ୍ନୁ ଚରଣ ପାତ୍ର ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଣିବୋତଲ ପ୍ରଦାନ କରିଥିଲେ।ଏହିଅବସରରେ ଛାତ୍ରଛାତ୍ରୀଙ୍କ ସ୍ବହସ୍ତ ଲିଖିତ ପୁସ୍ତକ ‘କୁନିପିଲା’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କନକଲତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ପି.ସଙ୍କର ରାଓ,ସାରଥୀ ପାତ୍ର, ଲୋକନାଥ ପାଢ଼ୀ, ଦୁଷ୍ମନ୍ତ ପଟ୍ଟନାୟକ, ଚାରୁଲତା ସାହୁ,ମମତା ଆଚାରୀ, ସୁଲଚନା ମହାନ୍ତିଙ୍କ ସମେତବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO