
ସାନଖେମୁଣ୍ଡି: ଜାତୀୟ ରାଜପଥର ମାନ୍ୟତା ପାଇଥିବା ୩୨୬ନଂ ରାଜପଥରେ ବ୍ରହ୍ମପୁର ଠାରୁ ରାୟଗଡା, ଗଜପତି, ରାସ୍ତା ବ୍ୟସ୍ତ ବହୁଳ ରହୁଥିବା , ଆନ୍ଦ୍ରା ପଟୁ ବହୁ ଭାରିଯାନ ଭାୟା ଚିକିଟି, ଦିଗପହଣ୍ଡି ଦେଇ ଏହି ରାସ୍ତାରେ ଯାଉଥିବା କାରଣରୁ ବହୁ ସମୟରେ ବିପଦ ସଂକୁଳ ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବେପାରୁଆ ଦ୍ରୁତ ଗାଡି ଚାଳନା ଜନିତ କାରଣରୁ ଆଜି ଗଜପତି ଜିଲ୍ଲା ଜିରାଙ୍ଗରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ” ଭିକ୍ରାନ୍ତ” ନାମକ ଘରୋଇ ଯାତ୍ରୀ ବାହି ବସ ତପ୍ତପାଣି ଘାଟି ତଳ ଅଞ୍ଚଳ ଖେମୁଣ୍ଡିଖୋଲ ନିକଟ ନାଳ ପୋଲରେ ଭାରସାମ୍ୟ ହରାଇ ପୋଲ କାନ୍ଥରେ ଚଢି କ୍ଷତିଗ୍ରସ୍ତ ହୋଇଅଛି। ସୌଭାଗ୍ୟ ବଶତଃ ଅପ୍ରତ୍ୟାଶିତ କ୍ରମରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡିଛି। ଦୁର୍ଘଟଣା ଘଟିବା କାରଣରୁ ସାନଖେମୁଣ୍ଡି ବ୍ଲକ ତଥା ପାଟପୁର ଥାନା ଅଂଚଳର ତପ୍ତପାଣି ଘାଟି ସାରା ଓଡ଼ିଶାରେ ଆଲୋଚ୍ୟ ବିଷୟ ହୋଇଥିବା ବେଳେ ପ୍ରଶାସନିକ ସ୍ତରର କାଦୁଅ ଫୋଫଡା ଚାଲୁ ରହିଅଛି। ଦିଗତ ଦିନର ବହୁ ପର୍ଯ୍ୟଟନ ଗାଡି ଏହି ଘାଟିରେ ଦୁର୍ଘଟଣାରେ ସମ୍ମୁଖୀନ ହେବା ସହ ବହୁ ଧନ ଜୀବନ ନଷ୍ଟ ହୋଇଥିବା ନଜର ରହିଥିଲେ ମଧ୍ୟ ଅଧିକାଂଶ ଦୁର୍ଘଟଣା ରାସ୍ତାର ନିର୍ମାଣ ଜନିତ ତୃଟି ବୋଲି ଧାରଣ ସୃଷ୍ଟି କରାଯାଇଛି। ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ନଂ(OD-୦୭N-୭୧୭୩) କୁ ପୋଲିସ ଉପସ୍ଥିତରେ ପରିଦର୍ଶନ କରିବା ସହ ଯାତାୟତ ସୁଗମର ବ୍ୟବସ୍ଥା କରିଛନ୍ତି। ବାରମ୍ବାର ଦୁର୍ଘଟଣା ଘଟୁଥିବା ୩୨୬ନଂ ରାଜପଥର ଦାସେଇପୁର ଠାରୁ ଲୁହାଗୁଡି ପର୍ଯ୍ୟନ୍ତ ରାସ୍ତାକୁ ଆନୁସଙ୍ଗିକ ପ୍ରଶସ୍ତ କରି ବୈଧାନିକ ରାସ୍ତା ସୁରକ୍ଷା ପ୍ରଣାଳୀ ଅବଲମ୍ବନ କରିବାକୁ ସାଧାରଣରେ ଦାବି ହେଉଅଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO