
ସାନଖେମୁଣ୍ଡି: ରାଜ୍ୟରେ ଆଜି ମେଟ୍ରିକ ପରୀକ୍ଷାରେ ପ୍ରଥମ ଦିନ ଆରମ୍ଭ ହୋଇଥିବା ବେଳେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଂଚଳ ପରିମିତ ୯ଗୋଟି କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ଜଣାପଡିଛି। ପରନ୍ତୁ ସ୍ଥାନୀୟ ରାମଚନ୍ଦ୍ରପୁର ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ୨୩ଜଣ ଶିକ୍ଷାର୍ଥୀ ମେଟ୍ରିକ ପରୀକ୍ଷାରୁ ବଞ୍ଚିତ ହେବା ନେଇ ପ୍ରଥମେ କିଛି ବୈଦୁତିକ ଗଣମାଧ୍ୟମ ଖବର ପ୍ରସାରଣ ପରେ ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଅଛି। ଗଣମାଧ୍ୟମରେ ଅନୁସନ୍ଧାନରୁ ଜଣାଯାଇଛି ଯେ ଚଳିତ ବର୍ଷ ଉକ୍ତ ବିଦ୍ୟାଳୟରେ ୧୦୪ଜଣ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା ନିୟମିତ ଉପସ୍ଥାପନରେ ଅନିମିୟତ ଓ ଟେଷ୍ଟ ପରୀକ୍ଷାରେ ଅକୃତ କାର୍ଯ୍ୟ କାରଣରୁ ୨୩ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ଅଯୋଗ୍ୟ ହୋଇଥିଲେ। ଏଥିକୁ ଦୃଷ୍ଟି ନେଇ ଉକ୍ତ ଶିକ୍ଷାର୍ଥୀଙ୍କୁ ସପ୍ଲିମେଣ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତି ରଖିବାକୁ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅବଶିଷ୍ଟ ୮୧ଜଣ ରେଗୁଲାର ଓ ୧୦ଜଣ ଏକ୍ସ ରେଗୁଲାର ପରୀକ୍ଷା ଦେଉଥିବା ପ୍ରଧାନ ଶିକ୍ଷକ ରାଧାକାନ୍ତ ନାୟକ ସ୍ପଷ୍ଟ କରିଛନ୍ତି। ପରନ୍ତୁ ମଙ୍ଗଳବାର ଦିନ କିଛି ଅଭିଭାବକ ନିଜ ପିଲାଙ୍କୁ ଆଡ଼ମିଟ କାର୍ଡ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ମହାଶୟ ଅଭିଭାବକଙ୍କୁ ସରକାରୀ ନିୟମ, ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଛାତ୍ରଛାତ୍ରୀ ମାନେ କମ ଉପସ୍ଥାନ ଓ ଡ୍ରିମ ପରୀକ୍ଷାରେ ଅନୁତୀଣ୍ଣ ଯୋଗୁ ନିଜ ଆଡୁ ଫର୍ମ ପୂରଣ କରିନଥିବା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ୨୩ ଶିକ୍ଷାର୍ଥୀ ମଧ୍ୟରୁ ୪ଜଣ ଛାତ୍ରଛାତ୍ରୀ ନିଜ ଅଭିଭାବକ ସହ ବିଦ୍ୟାଳୟକୁ ଆସି ପ୍ରତିବାଦ କରି ତଦନ୍ତ କରିବାକୁ ଦାବି କରିବା ନେଇ ଅନେକ କଥା ଆଲୋଚନାକୁ ଆସୁଅଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO