ଗଞ୍ଜାମ, ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ ସମ୍ପର୍କରେ ଯେଉଁଥିରେ ଜଣେ ଅଭିଯୁକ୍ତ ଏକ ବନ୍ଦ କୋଠରୀରେ ପୀଡିତାଙ୍କୁ ଗୁରୁତର ଭାବରେ ଆକ୍ରମଣ କରୁଥିବା ଦେଖାଯାଉଛି l
ସୂଚନାଦାତା ସଦର ଥାନା ଅନ୍ତର୍ଗତ ଗ୍ରାମ-କୃପାସିନ୍ଧୁପୁରର ପ୍ରଶାନ୍ତ ଦାସଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସଦର ଥାନାରେ ଗତକାଲି ରାତିରେ ଏ ସଂକ୍ରାନ୍ତରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି। ସଦର ପିଏସ୍ ମାମଲା ନମ୍ବର ୪୪୫ ତାରିଖ ୧୨.୦୭.୨୬ ୟୁ/ଏସ ୧୨୭(୩)/୨୯୬/୧୧୫(୨)/୧୦୯/୩୫୧(୨)/୩(୫) ବିଏନଏସ ଆରଡବ୍ଲୁଏସ ୩(୨)(ଭି) ଏସସିଏସଟି ପିଓଏ ଆଇନରେ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତ ଆର.ଶିବରାମ, କେ. ବୁଲୁ ଏବଂ ଅନ୍ୟମାନେ ଫେରାର ଅଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
