ମାଲକାନଗିରି,ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଏନେକ୍ସ ସନରାଇଜ଼ ତରଫରୁ ଚାଲିଥିବା ଦୁଇଦିନିଆ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ ଉଦଯାପିତ ହୋଇଯାଇଛି। ଏଥିରେ ଅତିଥି ରୂପେ ଜ଼ିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଉପସ୍ଥିତ ରହିଥିଲେ । ଏହି ଟୁର୍ନାମେଣ୍ଟରେ ସିଙ୍ଗଲ ଓ ଡବଲ ବିଭାଗରେ ୩୦ରୁ ଉର୍ଦ୍ଧ୍ୱ ଟିମ୍ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଲୁକ୍କାୟତ ପ୍ରତିଭାର ଅନ୍ୱେଷଣ ପାଇଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା । ଦଳ ମାନଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା।ଶେଷରେ ବିଜେତା ମାନଙ୍କୁ ପୁରସ୍କାର, ଟ୍ରଫି ଓ଼ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ବିତରଣ କରାଯାଇଥିଲା। ଜ଼ିଲ୍ଲାପାଳ ଓ଼ ଏସପି ଖେଳାଳି ମାନଙ୍କୁ ଉତ୍ସ।ହିତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜ଼ିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସେନ ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ପ୍ରୀତପାଲ ସିଂ, ରତନ ମଣ୍ଡଳ, ବାବୁଲି ପଟ୍ଟନାୟକ, ଭାଗିରଥି ବେହେରା, ଦିନେଶ ହାଲବା, ଅପୂର୍ବ ଥଣ୍ଡର, ସୁମନ ରାଓ, କଣ୍ଟେଶ୍ୱର ପୋଟଲା, ଗୋକୁଳ ପାତ୍ର ଏବଂ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ଟୁର୍ନାମେଣ୍ଟଟିକୁ ଜ଼ିଲ୍ଲା ସମ୍ପାଦକ ପ୍ରୀତପାଲ ସିଂ ସମ୍ପୂର୍ଣ ପରିଚାଳନା କରିଥିଲେ।
