ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀଙ୍କ ବିଜେଡି ବନ୍ଧ ଭାଙ୍ଗିବା ମନ୍ତବ୍ୟ ନେଇ ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି ଯେ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସଫା ହୋଇଯିବ। ସେ ଆହୁରି କହିଛନ୍ତି ଯେ ଲିଙ୍କ୍ ରେ ଅନେକ ନେତା ଅଛନ୍ତି । ବିଜେଡି ବିଧାୟକ ମଧ୍ୟ ବିଜେପିରେ ମିଶିବେ। ଯୋଗାଯୋଗ ଚାଲିଛି । ମୁଖ୍ୟମନ୍ତ୍ରୀ ଓ ସଭାପତି ଯାହା କହିଛନ୍ତି ତାହା ସତ। ରାଜ୍ୟସଭା ଖାଲି ହେଲାଣି, ଦଦରା ନାଆରେ କିଏ ବସିବ। ଲୋକେ ଚାହୁଁନାହାନ୍ତି କି ତାଙ୍କ କର୍ମୀ ଓ ନେତା ଭରସା କରିପାରୁନାହାନ୍ତି। ବିଜେଡି କେତେ ଫାଳ ହେଲାଣି ହିସାବ କରିହେବନି ବୋଲି କହିଛନ୍ତି ସନାତନ ବିଜୁଳି।
