ଭୁବନେଶ୍ୱର– ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗ ଦେବା ପ୍ରସଙ୍ଗରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମିଶ୍ରଣ ପର୍ବ ଏକ ନିରନ୍ତର ପ୍ରକ୍ରିୟା। ନିର୍ବାଚନ ଆଗରୁ ଏବଂ ପରେ ଲଗାତାର ଦଳରେ ଅନେକ ନେତା ଯୋଗ ଦେଉଛନ୍ତି। ଦଳର ଆଦର୍ଶକୁ ଦେଖି ଆସ୍ଥା ପ୍ରକଟ କରୁଛନ୍ତି। ବିଶ୍ବର ଏକ ନମ୍ବର ଦଳ ହୋଇଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଦଳର ମୁଖ୍ୟ ଲକ୍ଷ। କୌଣସି ଲୋକ କେବେ ଅଦରକାରୀ ହୁଅନ୍ତିନି। ସମସ୍ତଙ୍କ ଉପଯୋଗ ଅଛି। କୋଉଠି ଭଲ ବାଇଗଣ ମିଳୁଛି ସେମାନେ ଭଲ ବାଇଗଣ ନିଅନ୍ତୁ। ଆମେ ସେଇ ପୋକା ବାଇଗଣ ନେଇ ଦଳ ଗଢ଼ିବୁ।
