ଭୁବନେଶ୍ୱର– ଭିଡ଼ ହିଂସାରେ ସୌମ୍ୟ ହତ୍ୟା ମାମଲାରେ କ୍ରାଇମ୍ବ୍ରାଂଚ ଝାରପଡ଼ା ଜେଲ୍ ରେ ପହଂଚିଛି। ଜେଲରେ ପହଂଚି କ୍ରାଇମ୍ ବ୍ରାଂଚ ଅଭିଯୁକ୍ତମାନଙ୍କୁ ଜେରା କରିଛି। କ୍ରାଇମବ୍ରାଂଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଜେରା କରାଯାଉଛି। ଏନେଇ ଡିଏସପି ରତ୍ନପ୍ରଭା ଗଣମାଧ୍ୟମକୁ କହିଛନ୍ତି ଯୁବତୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନଙ୍କୁ ପଚାରଉଚରା ହେବ। ସମସ୍ତ ଅଭିଯୁକ୍ତଙ୍କ ଅଡିଓ ଭିଡିଓ ରେକର୍ଡ ହବ। ସବୁ ଅଭିଯୁକ୍ତଙ୍କ ସିଙ୍ଗିଲ ସିଙ୍ଗିଲ ବୟାନ ରେକର୍ଡ ହବ। ସୌମ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଯୁବତୀଙ୍କ ଅଭିଯୋଗର ସାକ୍ଷୀ ବୋଲି ସେ କହିଛନ୍ତି।
