-
ଯଦି ମୋ ପୁତୁରା ଦୋଷୀ ତାହା ହେଲେ ଦଣ୍ଡ ଦିଆଯାଉ :ପାରିବହନ ମନ୍ତୀ
ବ୍ରହ୍ମପୁର – ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ମାମଲା । ମାମଲାକୁ ନେଇ ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଆଇନରୁ ଉର୍ଦ୍ଧ୍ବରେ କେହି ନୁହେଁ । ଆଇନ ତା ବାଟରେ ଯାଉ, ଦୋଷୀକୁ ଉଚିତ୍ ଦଣ୍ଡ ମିଳୁ । ମୁଁ ନିଜେ ଏହି ମାମଲାରେ ପୋଲିସକୁ କହିଥିଲେ ଯିଏ ଦୋଷୀ ରହିଛି ତାର ମୋବାଇଲ ଓ ଲେପଟପ୍ ସିଜ୍ କରାଯାଉ । ସେହି କ୍ରମରେ ପୋଲିସ ମଧ୍ୟ ନିଜ କାମ କରିଛି । ଆଇନ ତା ବାଟରେ ଯାଇଛି ଓ ମୋ ପୁତୁରା ବିଶ୍ବଜିତ ଜେନା ଗିରଫ ହୋଇଛି । ଅଯଥାରେ ମୋ ନାମକୁ ନେଇ କୁହାଯାଉଛି । କିନ୍ତୁ ଆମ ସରକାର ଦୋଷୀକୁ ଦଣ୍ଡ ଦେବା ଓ ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ନିମନ୍ତେ କାମ କରୁଛି । ଏହା ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା ଏହାକୁ ନେଇ ରାଜନୀତିକରଣ କରାନଯାଉ । ବିଜେଡ଼ିର ଯେଉଁ ନେତା ମାନେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ସେମାନେ ସମସ୍ତ ଜଣେ ଜଣେ ଅଭିଯୁକ୍ତ । ବିଜେଡ଼ି ନେତା ଅଜିତ ଦାସ ଗଣେଷ ଡାକୁଆର ହତ୍ୟାକାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସଞ୍ଜୁକ୍ତା ମହଲର ଦୁଷ୍କର୍ମକାରୀ ଓ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ଯିଏକି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ତେଣୁ ଏମାନେ ନିଜେ ଜଣେ ଜଣେ ଅଭିଯୁକ୍ତ ହୋଇ ଏଭଳି ଅନ୍ୟକୁ ଦୋଷ ଦେବା କେତେଦୂର ଠିକ୍ ତାହା ସାଧାରଣ ଜନତା ହିଁ ବିଚାର କରିବେ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l
