ଗଂଜାମ, ଗଞ୍ଜାମଜିଲାରେ ଆୟୁଷ୍ମାନ ସ୍ବାସ୍ଥ୍ୟ ଶିବିର ତଥା ମେଳା ଵେଲଗାମ ହୋଇଛି। ମାସରେ ଗୋଟିଏ ସ୍ବାସ୍ଥ୍ୟ ଶିବିର ପାଇଁ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ଦିଆଯାଇଛି। ଏଥିରେ ମେଳାରେ ଯୋଗ ଦେଉଥିବା ରୋଗୀ ରିସୋର୍ସ ପର୍ସନ ଗଣମାଧ୍ୟମ ଓ ଷ୍ଟାଫ୍ ଙ୍କ ଜଳଯୋଗ ଓ ଅନ୍ୟାନ୍ୟ ଖର୍ଚ୍ଚ ଏହି ଟଙ୍କାରୁ କରାଯିବା ପାଇଁ । ପ୍ରଥମେ ମାସେ ଦୁଇମାସ ପାଇଁ ଲୋକ ଦେଖାଣିଆ ଭାଵେ ଶିବିର କରାଗଲା। ବର୍ତ୍ତମାନ ଏହି ଶିଵିର ପ୍ରାୟତ କୌଣସି ସିଏଚସି, ପିଏଚସି ଓ ସଵ୍ ସେଣ୍ଟରରେ ହେଉନାହଁ। ଏବାବଦରେ ଆସୁଥିଵା ଲକ୍ଷଲକ୍ଷ ଟଙ୍କା ଡାକ୍ତର ଓ ନିମ୍ନ କର୍ମଚାରୀଙ୍କ ମଧ୍ୟରେ ଭାଗ ଵଣ୍ଟୁଆରା କରି ଆତ୍ମସାତ କରୁଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲା ସିଡିଏମଓଙ୍କ ନିଘା ନାହଁ। ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଦୃଷ୍ଟି ଦେଇ ଘଟଣାର ଅନୁଧ୍ୟାନ କରି ଭିଜିଲାନ୍ସ ତଦନ୍ତ କରିବାକୁ ଜନଦାବି ହେଉଛି।
