ଗଂଜାମ, ବ୍ରହ୍ମପୁର ସହର ଉପକଣ୍ଠ ଖଜୁରିଆରେ ଗତକାଲି ସଂଧ୍ଧାରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଦାସସାହି ନିକଟରେ ଫୁଲଟାର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଆର ସନିଆ(୧୭)ଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ସନିଆ ଗୁରୁତର ହେବା ସହ ଅତିରିକ୍ତ ରକ୍ତ ସ୍ରାବ ଯୋଗୁଁ ବେହସ ହୋଇ ତଳେ ପଡିଯାଇଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡକ୍ଟର ଏହି ନାବାଳକର ମୃତ୍ୟୁ ଘୋଷଣା କରିଛନ୍ତି । ଗୋଷାଣୀ ନୂଆଗାଁ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛି । ବ୍ରହ୍ମପୁରରେ ପୋଲିସର କଡା ଆଭିମୁଖ୍ୟ ଓ ଏନକାଉଣ୍ଟର ଭଳି ପଦକ୍ଷେପକୁ ମଧ୍ୟ ଅସାମାଜିକ ବ୍ୟକ୍ତି ମାନେ ଭୃକ୍ଷେପ ନକରି ସହରରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଛନ୍ତି ।
