ଭୁବନେଶ୍ୱର– ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକରଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ଡ.ହରିବାକୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବିନାୟକ ଦାମୋଦର ସାବରକରଜୀଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ସ୍ମରଣ କରୁଛୁ।
ସେ ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ଲେଖକ ଏବଂ ବିପ୍ଳବୀ ଚିନ୍ତକ ଥିଲେ। ତାଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଆସୁଛି।
