ଭୁବନେଶ୍ୱର – ଆସନ୍ତା ଜୁନ୍ ୧ରୁ ୯ପର୍ଯ୍ୟନ୍ତ ପୁରୁଷୋତମ ମାସ ଉପଲକ୍ଷେ ଗଜପତି ଜିଲ୍ଲାର ପବିତ୍ର ମହେନ୍ଦ୍ରଗିରିଠାରେ “ମହେନ୍ଦ୍ର ମେଳା” ଓ ନବକୁଣ୍ଡୀୟ ହରିହର ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ େଗୋକୁଳାନନ୍ଦ ମଲ୍ଲିକ ପୂଜ୍ୟ ସ୍ୱାମୀ ଭାସ୍କର ତୀର୍ଥ ସରସ୍ୱତୀ ଜୀ ମହାରାଜ ଏବଂ ମହନ୍ତ ଶ୍ରୀ ହରିହର ଦାସ ମହାରାଜ ଜୀଙ୍କ ସହିତ ରାଜ୍ୟପାଳ ଡ଼ା ହରିବାବୁ କମ୍ଭମପତିଙ୍କୁ ଭେଟି ଏହି ପବିତ୍ର ଆଧ୍ୟାତ୍ମିକ ସମାରୋହରେ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରିଛନ୍ତି।
