ଭୁବନେଶ୍ୱର– ପାଣ୍ଡରା ସାଇ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଲୋକ, ଦଳୀୟ କର୍ମୀ ଓ ନେତାଙ୍କ ସହ ପିଏମ ମୋଦିଙ୍କ ମନ କୀ ବାତ କାର୍ଯ୍ୟକ୍ରମ ଶୁଣିଲେ ମନମୋହନ ସାମଲ ।
ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ,ଜିଲା ସଭାପତି ନିରଞ୍ଜନ ମିଶ୍ର, ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ଓ ଦଳୀୟ କର୍ମୀ ମାନେ ବି ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମନ କି ବାତ କାର୍ଯ୍ୟକ୍ରମକୁ ଶୁଣିଛନ୍ତି I ଅଙ୍ଗ ପ୍ରତିରୋପଣ ଘଟଣା, ସହିତ ସାଇବର ଠକାମି ରୁ କିଭଳି ରକ୍ଷା ପାଇ ପାରିବେ ସେଥିପ୍ରତି ଦେଶ ବାସୀଙ୍କୁ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ I ଯେଉଁଭଳି ଭାବରେ ଆଜି ସାରା ଦେଶ ସମ୍ମୁଖରେ ଅନେକ ବିଷୟକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଛନ୍ତି ସାଧାରଣ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି I ତେବେ ଆଜିର ମନ କି ବାତ୍ କାର୍ଯ୍ୟକ୍ରମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ରତନପୁର ଗ୍ରାମର ଜଣେ ଯୁବ କୃଷି-ଉଦ୍ୟୋଗୀ ହିରୋଦ ପଟେଲଙ୍କର ଅଭିନବ ସମନ୍ୱିତ କୃଷି ମଡେଲ ପାଇଁ ଉଲ୍ଲେଖନୀୟ ସ୍ୱୀକୃତି କଥା ସାରା ଦେଶ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୩୧ ମନ କି ବାତରେ ଓଡ଼ିଶାର ତୃଣମୂଳ ସ୍ତରର ଉଦ୍ଭାବକ ହିରୋଦ ପଟେଲଙ୍କ ଦ୍ଵାରା କରାଯାଉଥିବା ପାରମ୍ପରିକ କୃଷି ଏକ ଅତ୍ୟନ୍ତ ଲାଭଦାୟକ ଏବଂ ସ୍ଥାୟୀ ଉଦ୍ୟମରେ ପରିଣତ କରିବା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ଚାଷୀ ବୋଲି ପ୍ରସଂଶା କରିଥିବା କହିଛନ୍ତି ମନମୋହନ ସାମଲI
