ଭୁବନେଶ୍ୱର– ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ପିସିସି ସଭାପତି ନିଷ୍ପତି ନେଇଛନ୍ତି କଂଗ୍ରେସରୁ ପ୍ରାର୍ଥୀ ଦିଆଯିବ। ଗତକାଲି କଂଗ୍ରେସ ବିଧାୟକ ଦଳ ନେତାଙ୍କ ଚାମ୍ବରରେ ପିସିସି ସଭାପତି ରୁଦ୍ଧ ଦ୍ଵାରା ବୈଠକ କରିଛନ୍ତି। କଂଗ୍ରେସର ବିଧାୟକ ମାନେ ଶପଥ ନେଇଛନ୍ତି, କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବେ। ବିଜେପି ଯାହା ଭାବୁଛି ବିଜେଡ଼ି ସହ ମିଶି ପ୍ରାର୍ଥୀ ଦେବେ ତାହା ସଫଳ ହେବ ନାହିଁ। କଂଗ୍ରେସ ଯେଉଁ ପ୍ରାର୍ଥୀ ଦେବ ତାକୁ ବିଜେଡ଼ିର କିଛି ବିଧାୟକ ସମର୍ଥନ ଦେବେ। ଏନେଇ ବିଚାର ବିମର୍ଶ ଚାଲିଛି । ବିଜେପିର ମଧ୍ୟ କିଛି ବିଧାୟକ ସମ୍ପର୍କରେ ଅଛନ୍ତି। ରାହୁଲ ଗାନ୍ଧୀ କିଛି ଦିନ ଭିତରେ ଏ ନେଇ ଆଲୋଚନା ପାଇଁ ଡାକିବେ । କିଏ ପ୍ରାର୍ଥୀ ହେବେ ତାହା ଭକ୍ତ ଦାସ ନିଷ୍ପତି ନେବେ ବୋଲି ସେ କହିଛନ୍ତି ।
