ଭୁବନେଶ୍ୱର– ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ‘ଦଶମ ବୋର୍ଡ ପରୀକ୍ଷା’ ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା । ସମସ୍ତେ ଆତ୍ମବିଶ୍ବାସର ସହ ପରୀକ୍ଷା ଦିଅନ୍ତୁ । ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
