ଭୁବନେଶ୍ୱର – ଥାଇଲାଣ୍ଡରେ ଓଡ଼ିଆ ଶ୍ରମିକ ଫସିରହିବା ଘଟଣାରେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ସରକାର ବୈଦଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କରିଛନ୍ତି। ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରି ଫେରାଇ ଆଣିବାକୁ ପ୍ରିନ୍ସପାଲ୍ ରେସିଡେଂଟ କମିଶନର ଓ ଲେବର କମିଶନରଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ଜଣେ ଶ୍ରମିକ ଥାଇଲାଣ୍ଡରେ ଫସି ରହିଛନ୍ତି ।
