ନୂଆଦିଲ୍ଲୀ– ସୋମବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଦୁଇ ନେତାଙ୍କ ସାକ୍ଷାତର ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛି।
ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଏବଂ ରାଜ୍ୟରେ ଜନ କଲ୍ୟାଣ ଯୋଜନା, ବିକାଶ କାର୍ଯ୍ୟ ଏବଂ ଭବିଷ୍ୟତର ପ୍ରାଥମିକତା ସମେତ ଅନେକ ସମସାମୟିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।
