ଭୁବନେଶ୍ୱର– ଟ୍ରାନ୍ସଜେଣ୍ଡର ଅଞ୍ଜଳି ହତ୍ୟା ମାମଲାରେ କିନ୍ନରମାନେ ସୋମବାର କ୍ୟାପିଟାଲ ହସ୍ପିଟାଲ ଛକରେ ରାସ୍ତା ଅବରୋଧ କରିଥିଲେ। ମାମଲାର କ୍ରାଇମବ୍ରାଂଚ ତଦନ୍ତ ଏବଂ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି କିନ୍ନର।
ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ପିପିଲି ଥାନା ଅନ୍ତର୍ଗତ ସିଫା ନିକଟରେ କିନ୍ନର ଅଂଜଳିଙ୍କୁ ଦୁର୍ବୃତ ଛୁରୀରେ ଆକ୍ରମଣ କରିଥିଲେ। ସାଥୀ କିନ୍ନରମାନେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି ଏବଂ ପିପିଲି ପୋଲିସ ସେମାନଙ୍କୁ ଖୋଜୁଛି।
