ଗଞ୍ଜାମ– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଦିନ ପ୍ରାୟ ୧୨ଟା ୩୦ ରେ ମା’ ତାରାତାରିଣୀ ମନ୍ଦିର ସନ୍ନିକଟ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବେ ଏବଂ ସେଠାରୁ କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ଦିନ ପ୍ରାୟ ୧୨ଟା ୪୦ରୁ ଅପରାହ୍ନ ୨ଟା୨୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିମାନଙ୍କୁ ସ୍ବାଗତ ଓ ସମ୍ମାନ ଜଣାଯିବା ପରେ, ଜନସାଧାରଣଙ୍କ ସଦୟ ଅବଗତି ନିମନ୍ତେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କିତ ବିବିଧ ସୂଚନା ପ୍ରଦାନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି, ଓଡିଶା, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡିଶା ଓ ଅନ୍ୟ ସମ୍ମାନନୀୟ ବ୍ୟକ୍ତି ବିଶେଷ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀ ଅପରାହ୍ନ ପ୍ରାୟ ୧ଟା ୧୫ ସମୟରେ ନିଜର ବହୁମୂଲ୍ୟ ଅଭିଭାଷଣ ରଖିବେ । ଏହାପରେ ସେ କନ୍ୟାଦାନ କାର୍ଯ୍ୟ ସମ୍ପାଦନ କରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଚୟନିତ ହିତାଧିକାରୀ ଦମ୍ପତିମାନଙ୍କୁ ଚେକ୍ ଓ ବିବାହ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରିବେ।
କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମା’ ତାରାତାରିଣୀଙ୍କ ଦର୍ଶନ ଓ ପୂଜା କରିବେ, ତା’ ପରେ ପ୍ରସାଦ ସେବନ କରି ଅପରାହ୍ନରେ ରାଜଧାନୀ ଭୁବନେଶ୍ଵର ପ୍ରସ୍ଥାନ କରିବେ। ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଏହି ସୂଚନା ଦେଇଛନ୍ତି।
