
ଭୁବନେଶ୍ୱର – ବାଲିଅନ୍ତାସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ(ସମ୍ମାନ) ବିଭାଗର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଶନିବାର ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ସେମାନେ ବିଧାନସଭା ଗୃହ, ଗ୍ରନ୍ଥାଗାର ଓ ଅନ୍ୟାନ୍ୟ ଶାଖା ବୁଲି ଦେଖିବା ସହିତ ବିଧାନସଭାର କାର୍ଯବିଧି ସଂପର୍କରେ ପଚାରି ବୁଝିଥିଲେ ।
ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସେମାନେ ସୌଜନ୍ୟ ସାକ୍ଷାତ କରିଥିଲେ । ବାଚସ୍ପତି ଡ. ପାତ୍ର ପିଲାମାନଙ୍କୁ ବିଧାନସଭାର କାର୍ଯ୍ୟ, ବାଚସ୍ପତିଙ୍କ ଦାୟିତ୍ୱ, ଗୃହ ପରିଚାଳନା ଆଦି ସଂପର୍କରେ ବୁଝାଇଥିଲେ । ଭବିଷ୍ୟତରେ ସୁନାଗରିକ ହୋଇ ରାଜ୍ୟ ତଥା ଦେଶର ସମୃଦ୍ଧିରେ ଭାଗୀଦାର ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଡ. ପାତ୍ର ପରାମର୍ଶ ଦେଇଥିଲେ ।
ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କୁ ମଧ୍ୟ ବିଦ୍ୟାର୍ଥୀମାନେ ସୌଜନ୍ୟସାକ୍ଷାତ କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପିକା ଶ୍ରୀମତୀ ବିଜୟଲକ୍ଷ୍ମୀ ଜେନା, ପ୍ରାଧ୍ୟାପକ ନିର୍ମଳ ଚନ୍ଦ୍ର ଜେନା, ଅଧ୍ୟାପକ ଅନ୍ତର୍ଯ୍ୟାମୀ ସାହୁ ଓ ଚାଣକ୍ୟ ଆର୍ଯ୍ୟଭଟ୍ଟ ରାଉତରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିଧାନସଭା ପରିଦର୍ଶନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO