![](https://indokalingtimes.com/wp-content/uploads/2020/02/05bff14207779b7f5847bcfab779787e3e323d17cbe867bfe03d8fd04d40e1fa_1.jpg)
![](https://indokalingtimes.com/wp-content/uploads/2020/02/05bff14207779b7f5847bcfab779787e3e323d17cbe867bfe03d8fd04d40e1fa_1-300x138.jpg)
ଶନିବାର ଦିନ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ସରଂକ୍ଷଣ ସମ୍ବନ୍ଧରେ ପ୍ରଦେଶ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବାପାଇଁ ରାଜଭବନରେ ପହଂଚିଥିଲେ । ମାତ୍ର ଉକ୍ତ ପ୍ରତିନିଧି ଦଳକୁ ରାଜଭବନରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇନଥିଲା । ଫଳରେ କଂଗ୍ରେସର ପ୍ରତିନିଧି ଦଳଙ୍କ ସମେତ ଶତାଧିକ କର୍ମୀ ରାଜଭବନ ସମ୍ମୁଖରେ ଧାରଣାରେ ବସିଥିଲେ । ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଭୁଜବଳ ମାଝି ପ୍ରମୁଖ ରାଜଭବନ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନଙ୍କୁ ରାଜଭବନକୁ ଛଡ଼ାଗଲା ନାହିଁ ବୋଲି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ।