ନୂଆଦିଲ୍ଲୀ– କେନ୍ଦ୍ରୀୟ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ନୂଆଦିଲ୍ଲୀରୁ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ୍)ର ଦ୍ୱିତୀୟ କୋଷ୍ଟାଲ୍ ସାଇକ୍ଲୋଥନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହାର ସମାପନ ୨୨ ଫେବୃଆରୀରେ ହେବ।
କେନ୍ଦ୍ରୀୟ ଗୃହ ରାଷ୍ଟ୍ରମନ୍ତ୍ରୀ ରାୟ ସିଆଇଏସଏଫ୍ର ‘ବନ୍ଦେ ମାତରମ୍’ କୋଷ୍ଟାଲ୍ ସାଇକ୍ଲୋଥନ୍–୨୦୨୬କୁ ଶୁଭାରମ୍ଭ କରିବା ସମୟରେ କହିଥିଲେ ଯେ, ଏହାର ଆୟୋଜନ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ କରାଯାଇଛି। ଏହି ସାଇକେଲ ରାଲିର ସମାପନ କେରଳର କୋଚ୍ଚିରେ ହେବ। ଏହା ପ୍ରାୟ ୬,୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ।
