ଧର୍ମଶାଳା– ଯାଜପୁରରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଯାଜପୁର କୁସୁମା ସନ୍ନିକଟ ପ୍ରଶାସନିକ ପଡ଼ିଆରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ଉତ୍ସବରେ ଯାଜପୁର ଜିଲାପାଳ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଦେଶର ଅଖଣ୍ଡତା ରକ୍ଷା ପ୍ରତ୍ୟେକ ନାଗରିକର ପ୍ରଥମ କର୍ତବ୍ୟ ବୋଲି କହିବା ସହିତ ଜିଲାର ଐତିହ୍ୟ ଓ ପରମ୍ପରା ସଂପର୍କରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡରେ ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ । ଏହି ସମ୍ମିଳିତ ପ୍ୟାରେଡରେ ପୋଲିସ, ଏନସିସି, ସ୍କାଉଟ୍ସ ଗାଉଡ୍ସ ସମେତ ବିଭିନ୍ନ ସ୍କୁଲ ଓ କଲେଜର ୪୫ଟି ଟ୍ରୁପ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଜିଲାପାଳ ଏବଂ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଶ ପ୍ରତାପ ଶ୍ରୀମାଲ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
ଆଜିର ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଜିଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲାପାଳ ଯୁଧିଷ୍ଟିର ନାଏକ, ରାଜସ୍ୱ ବିଭାଗର ଅତିରିକ୍ତ ଜିଲାପାଳ ଶିବାନନ୍ଦ ସ୍ଵାଇଁ, ଉପଜିଲପାଳ ତାପସ ରଞ୍ଜନ ଦେଉରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନଗୋଙ୍କ ସମେତ ବହୁ ଜିଲା ସ୍ତରୀୟ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ।
