ଲକ୍ଷ୍ନୌ– ଗୁରୁବାର ସକାଳେ ଉତର ପ୍ରଦେଶର ମଥୁରା ଜିଲ୍ଲାର ରାୟାରେ ଯମୁନା ଏକ୍ସପ୍ରେସୱେରେ ବାନ୍ଦାରୁ ଦିଲ୍ଲୀ ଯାଉଥିବା ଏକ ବସ୍ ରେ ନିଆଁ ଲାଗିଯାଇଥିଲା । ବସ୍ ଟି ୩୫ରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ଡ୍ରାଇଭର ବସ୍ କୁ ଅଟକାଇ ଦେଇଥିଲେ । ଭାଗଦୌଡ଼ ମଧ୍ୟରେ କିଛି ଯାତ୍ରୀ ଦ୍ୱାର ଏବଂ ଝରକା ଭାଙ୍ଗି ପଳାଇ ଯାଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ପୋଲିସ ଏବଂ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଥିଲେ । ଏହି ଦୁର୍ଘଟଣା ଯୋଗୁଁ ଏକ୍ସପ୍ରେସୱେରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଥିଲା ।
ଗୁରୁବାର ସକାଳ ପ୍ରାୟ ୫ଟା ସମୟରେ ମଥୁରା ଜିଲ୍ଲାର ରାୟରେ ଯମୁନା ଏକ୍ସପ୍ରେସୱେରେ ଏକ ଚଳନ୍ତା ବସ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ସ୍ଲିପର୍ ବସ୍ ନମ୍ବର(ୟୁପି ୯୦ ଏଟି ୮୮୩୭) ବାନ୍ଦାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ବସ୍ ଟିରେ ନିଆଁ ଲାଗିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଏବଂ ଚିତ୍କାର ଶୁଣିବାକୁ ମିଳିଥିଲା । ପରିସ୍ଥିତି ଦେଖି ବସ୍ ଡ୍ରାଇଭର ରାସ୍ତା କଡ଼ରେ ବସ୍ ଟିକୁ ଅଟକାଇ ଦେଇଥିଲେ ଏବଂ ଗଣ୍ଡଗୋଳ ମଧ୍ୟରେ ଯାତ୍ରୀମାନେ କୌଣସି ପ୍ରକାରେ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିବାରେ ସଫଳ ହେଲେ । ସେମାନଙ୍କ ମଧ୍ୟରେ ପିଲା ଏବଂ ମହିଳା ମଧ୍ୟ ଥିଲେ ।
