ଭୁବନେଶ୍ୱର- ରାଜ୍ୟରେ \”\”ମଣ୍ଡଳ କମିଶନ\’\’ ସୁପାରିଶ ଲାଗୁ କରିବାକୁ ଦାବି କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।
ଉକ୍ତ ଚିଠିରେ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର୨୫ବର୍ଷ ବିଳମ୍ବରେ କମିଶନ ଗଠନ କରିବାର ନଷ୍ପତି ନେଇଛନ୍ତି । ଏହାପରେ ପଛୁଆବର୍ଗଙ୍କର ୨୭% ସଂରକ୍ଷଣ ଶିକ୍ଷା ଓ ଚାକିରି କ୍ଷେତ୍ରରେ ତୁରନ୍ତ ଲାଗୁକରିବା ଏବଂ ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ୩୮.୫% ଉଚ୍ଚଶିକ୍ଷା (ମେଡ଼ିକାଲ, ଇଞ୍ଜିନିୟରିଂ, ଇତ୍ୟାଦି) ସଂରକ୍ଷଣ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।
ଗତ ୨୦ବର୍ଷ ଧରି ଏହି ବର୍ଗଙ୍କୁ ସଂରକ୍ଷଣ ନଦେବା ଫଳରେ ପଛୁଆବର୍ଗରୁ ୧୦ହଜାର ପିଲା ଡ଼ାକ୍ତର ଓ ୨୦ହଜାର ପିଲା ଇଞ୍ଜିନିୟର ହେବାରୁ ବଂଚିତ ହୋଇଛନ୍ତି । ଠିକ୍ ସେହିଭଳି ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ପ୍ରାୟ ୫ହାଜାର ଡ଼ାକ୍ତର ଓ ୧୦ହଜାର ଇଞ୍ଜିନିୟର ହେବାରୁ ବଂଚିତ ହୋଇଛନ୍ତି । ତେଣୁ ରାଜ୍ୟରେ ତୁରନ୍ତ \”ମଣ୍ଡଳ କମିଶନ\’\’ ସୁପାରିଶ ଲାଗୁ କରିବାକୁ ଶ୍ରୀ ଜେନା ଦାବି କରିଛନ୍ତିି ।