
ବେଲଗୁଣ୍ଠା-9/2-ଜଣେ ବିବାହିତ ମହିଳା ଘରର କାନ୍ଥ ଦୁଲାରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ନେଇ ଝିଅ ର ମାଁ ଗାଙ୍ଗପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି ।ଏତାଲାକୁ ଭିତ୍ତି କରି ଗାଙ୍ଗପୁର ପୋଲିସ୩/୨୦ରେ।ଏଅ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଭଞ୍ଜନଗରଠାରେ ଶବ ବ୍ୟବଛେଦ କରାଇବା ପରେ ତାଙ୍କ ପରିବାରକୁ ଶଵ ହସ୍ତାନ୍ତର କରିଛନ୍ତି ।ପୋଲିସ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡଭୁଇଁ ଗ୍ରାମର ଯୋଗୀ ଡାକୁଆଙ୍କ ଝିଅ ସୁନୀତା ଡାକୁଆ(୩୫) ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଗ୍ରାମର ଶିବ ଡାକୁଆକୁ ଆଠ ବର୍ଷ ତଳେ ବିବାହ କରିଥିଲେ ।ସୁନୀତା ଓ ଶିବ ଔରସରୁ ପାଞ୍ଚ ବର୍ଷ ଓ ତିନି ବର୍ଷ ର ଦୁଇଟି ଝିଅ ଅଛନ୍ତି ।ଗତ ରାତିରେ ସମସ୍ତେ ଖାଇସାରି ଶୋଇବା ପରେ ବାରିଘର କାଖ ଦୁଲାରେ ସୁନୀତା ଆତ୍ମହତ୍ୟା କରିଥିବା ନେଇ ସୁନୀତା ର ମାଁ ପଙ୍କଜ ଡାକୁଆ ଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ।ଝିଅର ପୁର୍ବରୁ ମାନସିକ ବିକୃତି ଥିବା ଏତାଲାରେ ଦେଖାଇଛନ୍ତି ।ଗାଙ୍ଗପୁର ଥାନା ଏସ.ଆଇ ଅଜିତ ପରିଡା ଘଟଣାର ତଦନ୍ତ କରୁଛନ୍ତି ।