ଭୁବନେଶ୍ୱର- ସହିଦ ନଗର ଦୁର୍ଗାପୂଜା ମଣ୍ଡପ ପଛପଟେ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଂଟାଉଥିବା କୈଳାସ ଚନ୍ଦ୍ର ଚୌଧୁରୀ ଏକ ଭ୍ୟାନିଟି ବ୍ୟାଗ ପାଇ ତୁରନ୍ତ ମା’ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଶିବ ପ୍ରସାଦ ପାତ୍ର ଓ ସମ୍ପାଦକ ବସନ୍ତ କୁମାର ରାଉତଙ୍କୁ ଜଣାଇଥିଲେ । ଏହି ଦୁଇଜଣ ବ୍ୟକ୍ତି ନିଖିଳ ଉକ୍ରଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ପ୍ରତିÂାତା ସଭାପତି ପ୍ରତାପ କୁମାର ସାହୁଙ୍କୁ ଜଣାଇବା ପରେ ଶ୍ରୀ ସାହୁ ତୁରନ୍ତ ସହିଦ ନଗର ଥାନା ଏସିପିକୁ ଘଟଣା ବିଷୟରେ ଜଣାଇଥିଲେ । ଏସିପି ଉକ୍ତ ଭ୍ୟାନିଟିକୁ ଧରି ସହିଦ ନଗର ଥାନାକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ । ତୁରନ୍ତ ବସନ୍ତ ବାବୁ, ଶିବ ବାବୁ, ସତ୍ୟରଞ୍ଜନ ମହାପାତ୍ର, ଟ୍ରଷ୍ଟର ପ୍ରବୋଧ ପଣ୍ଡା, ହେମନ୍ତ ନାୟକ, ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ସହିଦ ନଗର ଥାନାରେ ପହଂଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ହଜିଥିବା ଭ୍ୟାନିଟି ଲକ୍ଷ୍ମୀସାଗର ନିବାସୀ ସ୍ମୃତିରେଖା ମହାନ୍ତିଙ୍କର ବୋଲି ଜଣାପଡ଼ିଥିଲା । ଉକ୍ତ ଭ୍ୟାନିଟିରୁ ମହିଳାଙ୍କ ଯୋଗାଯୋଗ ନମ୍ବର ମିଳିବାରୁ ଥାନା ଅଧିକାରୀ ଉକ୍ତ ମହିଳାଙ୍କୁ ଫୋନ କରି ଥାନାକୁ ଡ଼କାଇଥିଲେ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହିତ ସହିଦ ନଗର ଥାନାକୁ ଆସି ଉପଯୁକ୍ତ ପ୍ରମାଣ ଦେଇ ଭ୍ୟାନିଟିରେ ଥିବା ଟଙ୍କା ସମେତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପାଇ ଖୁସିରେ ବିଭୋର ହୋଇଯାଇଥିଲେ ଏବଂ ସେ କହିଥିଲେ ଯେ, ମୁଁ ଭାବିନଥିଲି ଯେ ମୋର ଭ୍ୟାନିଟିକୁ ମୁଁ ଫେରିପାଇବି ବୋଲି । ପରେ ମହିଳା ଜଣଙ୍କ ତାଙ୍କ ଭ୍ୟାନିଟି ପାଇଥିବା ଉଠାଦୋକାନୀମାନଙ୍କୁ ସାଧୁବାଦ ଜଣାଇବା ସହିତ ଘରକୁ ଫେରିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ସହିଦ ନଗର ଥାନା ଆଇଆଇସି ଉଠାଦୋକାନୀମାନଙ୍କୁ ପ୍ରଶଂସା କରିବା ସହ ଏହିଳଭି ମହତ୍ କାର୍ଯ୍ୟ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ।
Related Stories
November 23, 2024