
ବ୍ରହ୍ମପୁର/ଛତ୍ରପୁର: ସମବାୟ ପରିଚାଳନା ପ୍ରତିଷ୍ଠାନ ଗୋପାଳପୁର ବେଳାଭୂମି ତଥା ଓଡିଶା ରାଜ୍ୟ ସମବାୟ ୟୁନିୟନର ମିଳିତ ଆନୁକୂଲ୍ୟରେ ବଜାର ନିୟନ୍ତ୍ରିତ କମିଟି ସମ୍ମିଳନୀ କକ୍ଷ(ଆମ୍ବପୁଆ)ରେ ଛତ୍ରପୁର ସମବାୟ ସମିତି ସମୂହ ଅଧିନସ୍ତ ସମସ୍ତ କୃଷି ସେବା ସମବାୟ ସମିତିର ସମ୍ପାଦକ ମାନଙ୍କ ପାଇଁ “ତଥ୍ୟ ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ ସହ ପରିଚାଳନା” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ସମବାୟ ସମିତି ସମୂହ, ବ୍ରହ୍ମପୁର ଶ୍ରୀ ବିଶ୍ୱରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ କୃଷି ସମବାୟ ସମିତି ମାନଙ୍କର କମ୍ପ୍ୟୁଟର ମାଧ୍ୟମରେ ସମସ୍ତ କୃଷି, ଋଣ, ସାର ବିକ୍ରି, ତତସଂଗେ ବିଭିନ୍ନ ପ୍ରକାର ବ୍ୟବସାୟ କରି ସମିତି ଲାଭବାନ ହୋଇପାରିବ ସମ୍ପାଦକ ମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ସମବାୟ ୟୁନିୟନର ନିର୍ଦ୍ଦେଶକ ତଥା ସମବାୟ ପରିଚାଳନା ପ୍ରତିଷ୍ଠାନର ଉନ୍ନୟନ କମିଟିର ଅଧକ୍ଷ ଶ୍ରୀଯୁକ୍ତ ସନାତନ ସଂଗ୍ରାମ ସିଂ ଯୋଗ ତାଲିମ ଓ ଶିକ୍ଷା ସମସ୍ତ ସମ୍ପାଦକ ମାନଙ୍କୁ ନିତ୍ୟାନ୍ତ ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧକ୍ଷ ତଥା ସହକାରୀ ନିର୍ଦ୍ଦେଶକ, ସମବାୟ ସମିତି ସମୂହ, ବ୍ରହ୍ମପୁର ଶ୍ରୀ ଶିବପ୍ରସାଦ ସ୍ୱାଇଁ ସମ୍ମାନୀୟ ଅତିଥି ଭାବେ ସମ୍ପାଦକ ମାନଙ୍କ ନିଷ୍ଠାପର ଭାବ କମ କରି ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ସମିତିରେ କାର୍ଯ୍ୟକାରୀ କରି କୃଷକ ମାନଙ୍କର ସେବା କରିବା ପାଇଁ ବକ୍ତବ୍ୟ ଦେଇଥିଲେ। କାର୍ଯ୍ୟକ୍ରମରେ ଛତ୍ରପୁର ସମବାୟ ସମିତି ସମୂହ ଅଧିନସ୍ତ ଆଠଗୋଟି ବ୍ଳକର ୧୫୧ଟି ସମିତିର ସମ୍ପାଦକ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ, ଛତ୍ରପୁର ସର୍କଲର ଉପସହକାରୀ ସମବାୟ ନିର୍ଦ୍ଦେଶକ ଶ୍ରୀ କୁଞ୍ଜ ବିହାରୀ ପଟ୍ଟନାୟକ, ଉପ ସହକାରୀ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ପାଢୀ ଓ ଅନ୍ୟାନ୍ୟ ସମବାୟ ଅଧିକାରୀ ମାନେ ଯୋଗଦେଇଥିଲେ। ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପିକା ଶ୍ରୀମତୀ ମମତା ସାହୁ ଓ ଅଧ୍ୟାପକ ଶ୍ରୀ D. କୃଷ୍ନାନନ୍ଦ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO