
ବାଲିପଡ଼ା:-ତହସିଲଦାରଙ୍କ ପାଖରେ ପୋଡାଇଟା ଭାଟିର ତଥ୍ୟ ନାହିଁ କିନ୍ତୁ ତଥାପି କୁକୁଡାଖଣ୍ଡି ତହସିଲର ବିଭିନ୍ନ ସ୍ଥାନରେ ଚାଲିଛି ବେଆଇନ ପୋଡାଇଟା ଭାଟି।ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକୁ ଅମାନ୍ୟ କରି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ୨୦ରୁ ଉର୍ଦ୍ଧ ବେଆଇନ ଇଟାଭାଟିରେ ଇଟାପୋଡା ଆରମ୍ଭ ହୋଇ ବିକ୍ରି ଚାଲିଛି।ବେଆଇନ ଭାଟି ଉପରେ ଚଢାଉ ନାହିଁ କି ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ବି ଗ୍ରହଣ କରାଯାଉନାହିଁ।ଯାହାଦ୍ବାରା ଏବର୍ଷ କୁକୁଡାଖଣ୍ଡି ତହସିଲ ୨୦ଲକ୍ଷ୍ୟ ଟଙ୍କା ରାଜସ୍ବ ହରାଇବା ଆଶଙ୍କା କରାଯାଇଛି।କେତେକ ଇଟାଭାଟି ମାଲିକ ଇଟା ସଂଖ୍ୟାରେ କମ୍ ଦେଖାଇ ରାଜସ୍ବ ଫାଙ୍କୁଥିବା ଜଣାପଡୁଛି।ଜାତୀୟ ଗ୍ରୀନ ଟ୍ୟୁବନାଲ ପୋଡାଇଟା ଭାଟିକୁ ସମ୍ପୂଣ୍ନ ଭାବେ ବେଆଇନ ଦର୍ଶାଇ ଇଟାପୋଡା ବନ୍ଦ ନିର୍ଦ୍ଧେଶ ଦେବାସହ ରାଜ୍ୟସରକାରଙ୍କୁ ବେଆଇନ ଭାଟି ଉପରେ ଚଢଉ କରି ବନ୍ଦ ନିର୍ଦ୍ଧେଶ ଦେଇଥିଲେ।ଏବଂ ଯେଉଁମାନେ ଆଇନକୁ ଉଲଙ୍ଘନ କରୁଛନ୍ତି ସେମାନଙ୍କ ନାମରେ ପ୍ରଶାସନ ତରଫରୁ ଏଫଆଇଆର ଦେବାର ମଧ୍ୟ ନିୟମ ରହିଛି I ପ୍ରଶାସନ-ଭାଟିମାଲିକଙ୍କ ସଲାସୁତୁରାରେ ରାଜସ୍ବଲୁଟ ହେବା ସହ ଆଇନ ଉଲଘଂନ କରାଯାଉଥିବା ଦେଖିବାକୁ ମିଳିଛି।ବେଆଇନ ଇଟାଭାଟି କରି ଜମିର ଉର୍ବରତା ହ୍ରାସ କରିବା,ବେଆଇନ ଶ୍ରମିକ ନିୟୋଜନ ,ପରିବେଶ ପ୍ରଦୂଷଣ କରିବା ଏବଂ ଆଇନ ଅନୁଯାୟୀ ବାୟୁ ପ୍ରଦୂଷଣ ଆଇନ ଧାରା ୨୧ ଓ ଜଳ ପ୍ରଦୂଷଣ ଧାରା (୨୬) (ପିସିସି ଆକ୍ଟ ୧୯୪୭)କୁ ସମ୍ପୂଣ୍ନ ଉଲଘଂନ ଅଭିଯୋଗ ହୋଇଛି।କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ୮ଟି ରାଜସ୍ବ ସର୍କଲରେ ୨୦ରୁ ଉର୍ଦ୍ଧ ଇଟାଭାଟି ଆରମ୍ଭହୋଇ ଧୂଳି,ଧୂଆଁରେ ଅଞ୍ଚଳବାସୀ ଅତିଷ୍ଟ ହେଉଛନ୍ତି।ଜୁଗୁଡି ଇଟା ଭାଟିରେ ଶିଶୁ ଶ୍ରମିକ ମାନେ ନିୟୋଜିତ ରହି କାମ କରୁଛନ୍ତି, କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବାବେଳେ, ପୂର୍ବରୁ ବIର୍ଷିକ ଦୁଇ ରୁ ତିନି କୋଟି କୁକୁଡ଼ାଖଣ୍ଡି ତହସିଲ ରାଜସ୍ବ ଆଦାୟ କରୁଥିବାବେଳେ ବର୍ତ୍ତମାନ କେଇ ଲକ୍ଷ୍ୟ ଟଙ୍କାରେ ତାହା ସୀମିତ ରହୁଛି I ଅନ୍ୟ ପକ୍ଷରେ ନୂଆ କରି କୁକୁଡାଖଣ୍ଡି ତହସିଲର ଜଣେ ବଡବଡିଆ ବାବୁ ଏକ ଘରୋଇ କମ୍ପାନୀରେ ନିଜ ସରକାରୀ ଗାଡ଼ିରେ ତେଲ ପକାଉଥିବା ନେଇ ଚର୍ଚ୍ଚା ଜୋରଧରିଥିଲା I ସେହିଭଳି କିଛି ଡୀଲ ବେଆଇନ ଇଟାଭାଟି ନିର୍ମାତା ମାନଙ୍କୁ ସାହାଯ୍ୟ କରୁନାହିଁ ତ Iଏ ସମ୍ପର୍କରେ କୁକୁଡାଖଣ୍ଡି ତହସିଲଦାର ଦାୟିତ୍ବରେ ଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି ଏନେଇ ରାଜସ୍ବ ନିରିକ୍ଷକ ମାନଙ୍କୁ ରିପୋର୍ଟ ମଗାଯାଇଛି ,ରିପୋର୍ଟ ମିଳିଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ତହସିଲର ଜୁଗୁଡି,ଚନ୍ଦନପୁର,ମେଦିନିପୁର,ପୁରୁଣାପାଟଣା,କଙ୍କିଆ,ହୁଗୁଳାପଟ୍ଟା,
ସିହଳା ରେ ଚାଲିଛି ଆନ୍ଧ୍ର ଇଟା ବେପାରୀଙ୍କ ରାଜୁତି। ଅଭିଯୋଗ କଲେ ଧମକ ମିଳୁଛି।ସ୍ଥାନୀୟ ବ୍ଲକର କିଛି ରାଜନୈତିକ ବ୍ୟକ୍ତିଙ୍କ ସହ ମିଶି ଏହି କାରବାର ଚଲାଉଥିବା ରୁ ସ୍ଥାନୀୟ ଲୋକେ ଅଭିଯୋଗ କରିବାକୁ ସାହାସ କରିପାରୁନାହାନ୍ତି।ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଶିଶୁ ଶ୍ରମିକ ମାନେ ଦୌଡ଼ିବା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା I ଏବଂ କିଛି ଇଟାଭାଟି ମାଲିକ ସିଧା ସଳଖ କହିବୁଲିଛନ୍ତି ରାଜନେତାଙ୍କ ଠାରୁ ପ୍ରଶାସନ ଆମ ପକେଟରେ ଅମର କେହିକିଛି କରି ପାରିବ ନାହିଁ I ଇଟାଭାଟି ମାଲିକଙ୍କ ଏହି ଧମକ ପୁର୍ଣବାର୍ତ୍ତା ସାଧାରଣରେ କୋକୁଆ ଭୟ ସୃଷ୍ଟି କରୁଛି I ସତରେ କଣ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଈଁ ନିଯୁକ୍ତି ହୋଇଥିବା ପ୍ରଶାସନିକ ଅଧିକାର କେଇଟା ଟଙ୍କା ପାଈଁ ପୁଞ୍ଜିପତିଙ୍କ ନିକଟରେ ମୁଣ୍ଡ ବିକନ୍ତି ନା ଲୋକଙ୍କ ନଜର ହଟାଇବା ପାଈଁ ଅସାଧୁ ବ୍ୟବସାୟୀ ଏହି ବାର୍ତ୍ତା ଲୋକଙ୍କୁ ଦିଅନ୍ତି I ଅନ୍ୟପକ୍ଷରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଗତ ଶେରଗଡ଼ ବ୍ଲକ କୁରୁଲା ଅଞ୍ଚଳ ଏବଂ ସାନଖେମୁଣ୍ଡି ଆଡପଡା ଅଞ୍ଚଳରେ ଚାଲିଛି ଏପରି ଇଟାଭାଟି କିନ୍ତୁ ଜିଲ୍ଲା ପ୍ରଶାସନ ସବୁ ଦେଖି ଆଖି ବୁଜି ଦେଉଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି Iଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ବ ଦେବାକୁ ସ୍ଥାନୀୟ ବାସିନ୍ଧା ଦାବିକରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO