
ଭଦ୍ରକ- ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀର ତିହିଡି ବ୍ଲକ୍ ଅଧୀନସ୍ଥ ବିଲଣା ଠାରେ ୩୩/୧୧ କେଭି ବିଦୁ୍ୟତ୍ ସବ୍ଷ୍ଟେସନ ଉଦ୍ଘାଟନର ୧୧ ମାସ ପରେ କାର୍ଯ୍ୟକ୍ଷମ ହୋଇଛି। ନେସ୍କୋ ବିଭାଗର ଅଧୀକ୍ଷକ ଇଂ ସୁରେଶ ଚନ୍ଦ୍ର ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ଜେନା, ଏସ୍ଡିଓ ଜିତେନ୍ଦ୍ର ବେହେରା, କନିଷ୍ଠ ଯନ୍ରୀ ପ୍ରିୟରଂଜନ ନାୟକ ଓ ଠିକାଦାର ଏଲ୍ ଏଣ୍ଡ ଟି ପ୍ରୋଜେକ୍ଝ ଆସିଷ୍ଟା ପ୍ରମୁଖ ଏହି ସବ୍ଷ୍ଟେସନଟିକୁ କାର୍ଯ୍ୟକ୍ଷମ କରାଇଛନ୍ତି। ଏଠାରେ ସୂଚନାେଯାଗ୍ୟ ଏହି ସବ୍ଷ୍ଟେସନି ଉପରେ ବୋଡକ, ବିଲଣା, ବାରୋ ଓ କୁବେରା ଭଳି ୪ଟି ପଂଚାୟତର ୩ ହଜାରରୁ ଉଦ୍ଧ୍ର୍ବ ଉପଭୋକ୍ତା ଉପକୃତ ହୋଇପାରିବେ। ଏଥିନେଇ ସମସ୍ତ କର୍ମଚାରୀ ନିଯୁକ୍ତି ହୋଇଥିବାବେଳେ ବିଦୁ୍ୟତ୍ ସେବା ଲାଗି ମୋବାଇଲ୍ ନଂ ୭୬୮୨୮୫୦୮୭୭ ଘୋଷଣା କରାଯାଇଛି। ଏଠାରେ ପ୍ରକାଶ ଥାଉକି ଗତ ୨୦୧୯ ମାଚ୍ର୍ଚ ୯ ତାରିଖ ଦିନ ତତ୍କାଳୀନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଭାଗୀୟ ଅଧିକାରୀ ଓ ତିହିଡିର କେତେକ ନେତାଙ୍କ ଉପସ୍ଥିତିରେ ଏହାର ଉଦ୍ଘାଟନ ହୋଇଥିଲା। ଦୀର୍ଘମାସ ବିତିଯାଇଥିଲେ ବି ଏହା କାର୍ଯ୍ୟକାରୀ ହୋଇନଥିବାରୁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖô ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନେତାଙ୍କର ଏଭଳି ଲୋକ ଦେଖାଣିଆ ଉଦ୍ଘାଟନ ସାଧାରଣରେ ଚଚ୍ର୍ଚାର ବିଷୟ ହୋଇଥିଲା। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ୬.୫୦ କୋଟି ଟଙ୍କା ବ୍ୟୟ ବରାଦରେ ଏଠାରେ ଭିିଭୂମିର ଶିଳାନ୍ୟାସ କରାଯାଇଥିଲା। ପରବର୍ୀ ପର୍ଯ୍ୟାୟରେ ଏହି ସ୍ଥାନରେ ଜନୈକ ବ୍ୟକ୍ତି ଜବରଦଖଲ କରିଥିବା ଓ ତାଙ୍କୁ ଉଚ୍ଛେଦ କରିବା ଲାଗି ଦୀର୍ଘ ସମୟ ଲାଗିଥିଲା। ୩୩ ମେନ୍ ଲାଇନ୍ ସଂେଯାଗ ହୋଇଥିଲେ ମଧ୍ଯ ଅଧାରାସ୍ତାରେ ସମସ୍ୟା ଦେଖାଦେଇଥିଲା। ନନ୍ଦପୁର ଷ୍ଟ୍ରକଚରରୁ ଏହି ଅଂଚଳର ହିତାଧିକାରୀ ବିଦୁ୍ୟତ୍ ସେବା ପାଉଥିଲେ। ମାତ୍ର ଲୋ ଭୋଲଟେଜ୍ ସାଙ୍ଗକୁ ବିଭିନ୍ନ ସମୟରେ ଗଛର ପତ୍ର ହଲିଲେ ଏଠାରେ ଘା ଘା ବିଦୁ୍ୟତ୍ କାଟ ହେଉଥିଲା। କେବଳ ସେତିକି ନୁହେଁ ସାମାନ୍ୟ ବର୍ଷା ହେଲେ ବା ବିଜୁଳି ମାରିଲେ ସରବରାହ ବନ୍ଦ ରହିଥାଏ। ଯାହାର ସ୍ଥାୟୀ ସମାଧାନ ହୋଇଥିବାର କୁହାଯାଉଛି। ତେବେ ଏଭଳି ବଡ ପ୍ରକଳ୍ପ ପରିଚାଳନା କରିବା ଲାଗି ଜଣେ କନିଷ୍ଠ ଯନ୍ରୀଙ୍କୁ ନିଯୁକ୍ତି କରାଯିବାକୁ ସାଧାରଣରେ ଦାବି ହୋଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO