
ଭଦ୍ରକ- ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ସେ‹ତିରା ପଂଚାୟତର ବନ୍ତ ତହସିଲ ଅଧୀନସ୍ଥ ବରପଦା ରାଜସ୍ବ ଗ୍ରାମର ବସ୍ତିେଯାଗ୍ୟ ଜମିକୁ କେତେକ ନ୍ୟସ୍ତ ସ୍ବାର୍ଥ ସଂପନ୍ନ ବ୍ୟକ୍ତି ଜବରଦଖଲ ଉଚ୍ଛେଦ କରିବା ବିରୁଦ୍ଧରେ ବରପଦା ଗ୍ରାମବାସୀମାନଙ୍କ ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି। ଏଠାରେ ସୂଚନାେଯାଗ୍ୟ ୧୯୯୮ ମସିହାରେ ସରକାରଙ୍କର ଜବରଦଖଲ ଉଚ୍ଛେଦ ଓ ଘରବାଡି ଟଙ୍କା ପ୍ରଦାନ ବ୍ୟବସ୍ଥା ଅନୁଯାୟୀ ଭୂମିହୀନ ଲୋକମାନଙ୍କୁ ଥଇଥାନ କରାଯିବା କଥା। ମାତ୍ର ତାହା ଆଜିଯାଏଁ କାର୍ଯ୍ୟକାରୀ ହୋଇପାରୁନଥିବାର ଅଭିେଯାଗ ବାରମ୍ବାର ବନ୍ତ ତହସିଲଦାରଙ୍କୁ ଜଣାଇବା ସହ ଜିଲାପାଳଙ୍କ ଅଭିେଯାଗ ପ୍ରକୋଷ୍ଠରେ ମଧ୍ଯ ଆଗତ କରାଯାଇଥିଲା। ମାତ୍ର ଏଥିରେ କୌଣସି ସୁଫଳ ନମିଳିବାରୁ ଗତ ଜାନୁଆରୀ ୨୪ ତାରିଖରେ ରାଜସ୍ବ କମିଶନର, କଟକ, ଜିଲାପାଳ, ଆରକ୍ଷୀ ଅଧିକ୍ଷକ, ବନ୍ତ ତହସିଲଦାର, ଜିଲା ମୁଖ୍ୟ ଚିକିସôାଧିକାରୀ, ସାଂସଦ, ଭଣ୍ଡାରିପୋଖରୀ ବିଧାୟକ ପ୍ରମୁଖଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲା। ଏବଂ ବିନୋଦ ମୁଣ୍ଡା, ତପନ ମୁଣ୍ଡା, ସୁରେନ ମୁଣ୍ଡା, ଶଙ୍କର୍ଷଣ ସାହୁ, ହରିହର ସାମଲ, ନିରଂଜନ େଯନା, ବାସନ୍ତୀ ମୁଣ୍ଡା,କୁଳମଣି େଯନା, ଧନେଶ୍ବର ସାହୁ, ଅରୁଣ ଓଝା, ବିଦ୍ୟାଧର ବାରିକ ଓ ସୀତାଲତା ସାହୁ ପ୍ରମୁଖ ମୁଖ୍ୟମନ୍ରୀଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନରେ ବସିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO