
ଭୁବନେଶ୍ୱର– ପାକିସ୍ତାନୀ ଗୁପ୍ତଚର ଲିଙ୍କରେ ୟୁଟ୍ୟୁବର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏ ବାବଦରେ ଏନଆଇଏ ଦାୟିତ୍ଵ ନେଇ ତଦନ୍ତ କରୁଛି । ଯେତେ ଯାହାର ଲିଙ୍କ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଯେଉଁମାନେ ଦୋଷୀ ସେମାନେ କଠିନ ଦଣ୍ଡରେ ଦଣ୍ଡିତ ହେବେ । ଯେଉଁମାନେ ପଡୋଶୀ ଦେଶ ପାଇଁ ଗୁପ୍ତଚରଗିରି କରୁଛନ୍ତି ବା ସେଥିରେ ସହାୟତା କରୁଛନ୍ତି । ସେମାନଙ୍କୁ କେବେ ବି ଛଡା ଯିବନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।