
ଭୁବନେଶ୍ୱର– ଜାତିଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତି ନେଇଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ କଂଗ୍ରେସ କେବେ ବି ଜାତିଭିତ୍ତିକ ଜନଗଣନା କରି ନାହିଁ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓ ଦୃଢ଼ ଇଛାଶକ୍ତି ବଳରେ ଜନଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ସର୍ବବ୍ୟାପି ସର୍ବସ୍ପର୍ଶୀ, ସବକା ସାଥ ସବକା ବିକାଶର ନୂଆଯୁଗ ଆରମ୍ଭ ବୋଲି ପ୍ରଭାତି ପରିଡା କହିଛନ୍ତି ।