
ପିପିଲି– ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ତେଇଶି ପୁର ଠାରୁ ପ୍ରାୟ ତିନି କି.ମି. ଦୂର ଭକ୍ତ ଦାସିଆ ପୀଠ ସ୍ଥିତ ହନୁମାନ ମନ୍ଦିରରେ ଆଜି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ବିଶେଷ ତିଥିରେ ହନୁମାନଙ୍କ ପୂଜା ନୀତି, ହୋମ ସମ୍ପନ୍ନ କରାଯିବା ସହ ଠାକୁରଙ୍କ ନିକଟରେ ପଣା ଭୋଗ ଅର୍ପଣ କରାଯାଇଥିଲା । ସେବକ ମାନେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ । ଏହି ଅବସରରେ ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠରେ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁ ମାନେ ହନୁମାନ, ଶ୍ରୀ ଜଗନ୍ନାଥ ଦର୍ଶନ କରିବା ସହ ଭକ୍ତ ଦାସିଆଙ୍କ ସମାଧି ପୀଠ ଦର୍ଶନ କରିଥିଲେ ।