ଧର୍ମଶାଳା- ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାସ୍ଥ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ଉତ୍ସବରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟା ସରୋଜିନୀ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ କିଶୋର ଚନ୍ଦ୍ର ଜେନା ଓ ମୁଖ୍ୟବକ୍ତା ଭାବେ ଶିକ୍ଷାକେନ୍ଦ୍ରର ସମ୍ପାଦକ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ସମୟାନୁବର୍ତିତା ହେବା ସହିତ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ଶିକ୍ଷକ ନିଶିକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଚଳିତ ବର୍ଷ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଶିକ୍ଷକ ନିମାଇଁ ଚରଣ ପତି ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟା କନକଲତା ବେହେରା, ସସ୍ମିତା ବେହେରା, ମାଳତୀ ମଣ୍ଡଳ, ସ୍ମିତାରାଣୀ ମହାନ୍ତି, ପୁଷ୍ପାମୟୀ ଜେନା, ସ୍ୱାଗତିକା ଓଝା, ସ୍ୱପ୍ନାଶ୍ରୀ ନାୟକ, ଶିକ୍ଷକ ଅମ୍ବରିଶ ସାହୁ, ବିଭୂ ପ୍ରସାଦ ମହାନ୍ତି, ନଦିମ ଅକ୍ତର, ଧିରେନ ମହାନ୍ତି, ବିବେକାନନ୍ଦ ମହାନ୍ତି, ନିହାରକାନ୍ତି ଜେନା, ଜନ୍ମେଜୟ ନାଥ ଓ ପଦ୍ମଲୋଚନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।