
ବନେଶ୍ୱର– ଅଧିକ ଅମଳ ପାଇଁ ଯେଉଁ ବିହନ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଛି ତାହା ଆମର ଜଳବାୟୁ ପାଇଁ ଉପଯୁକ୍ତ ନୁହେଁ । ତେଣୁ ଏହା ଦ୍ୱାରା ଚାଷୀ ମାନଙ୍କୁ ଲାଭ ହେଉ ନାହିଁ । ତେଣୁ ରାଜ୍ୟ ସରକାର ବାହାର ବିହନ ପରିବର୍ତେ ନିଜସ୍ୱ ବିହନ ଉପରେ ଧ୍ୟାନ ଦେବା ଆବଶ୍ୟକ । ଆଜି ପ୍ରଶ୍ନକାଳରେ କୃଷି ବିଭାଗର ଏକ ପ୍ରଶ୍ନ ଉପରେ ଆଲୋଚନା ବେଳେ ବିଜେଡି ବିଧାୟକ ପ୍ରତାପ ଦେବ ଏହା କହିଛନ୍ତି ।
ସେ କହିଛନ୍ତି ଯେ ବାହାରୁ ବିହନ ଆସୁଛି, ହେଲେ ଏହା ଓଡ଼ିଶାର ଜଳବାୟୁ ପାଇଁ ଠିକ ନୁହେଁ । ସେ କହିଛନ୍ତି ଯେ ସେ ନିଜେ ରାଜ୍ୟ ସରକାର ଦେଇଥିବା ବିହନକୁ ବ୍ୟବହାର କରିଥିଲେ । ମାତ୍ର ସେଥିରେ ଲାଭ ହେଲା ନାହିଁ । ବାହାର ବିହନ ପାଇଁ ଯେଉଁ ଜଳବାୟୁ ଆବଶ୍ୟକ ତାହା ଏଠାରେ ନାହିଁ । ତାକୁ କରିବାକୁ ହେଲେ ଅଧିକ ଜଳ ଆବଶ୍ୟକ । ଯେଉଁଥିପାଇଁ ମୁଗ ଜାତୀୟ ଚାଷ ନଷ୍ଟ ହେଉଛି ।