
ଭୁବନେଶ୍ୱର– ଐତିହ୍ୟ ଜାତୀୟ ତାଲିକାରେ ସ୍ଥାନ ପାଇଲା ଓଡିଶାର ରଥଯାତ୍ରା ଓ ବାଲିଯାତ୍ରା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ୍ସ ରେ ଏହି ସୂଚନା ଦେଇଛନ୍ତି।
ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା ସାମିଲ ହୋଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନ ସଙ୍ଗୀତ ନାଟକ ଏକାଡେମୀ ଏହି ସ୍ୱୀକୃତି ଦେଇଛି। ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରା ପାଇଁ ୟୁନେସ୍କୋର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମନୋନୟନ ଡୋଜିଅର ଦାଖଲ କରିଛି। ଏହି ପ୍ରଥମ ମାଇଲଖୁଂଟ ହାସଲ ସହିତ, ଆମେ ୟୁନେସ୍କୋର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ ବୋଲି ଲେଖିଛନ୍ତି ଅରବିନ୍ଦ ପାଢୀ।